ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ସାମ୍ବାଦିକତା ଏବଂ ରାଜନୀତି ପରସ୍ପରର ପରିପୁରକ । ରାଜ୍ୟ ରାଜନୀତି ଠାରୁ ଆରମ୍ଭ କରି ଜାତୀୟ ରାଜନୀତି ପର୍ଯ୍ୟନ୍ତ ବହୁ ଉଚ୍ଚ ପଦବୀରେ ସାମ୍ବାଦିକ ମାନେ ଆସନ ଅଳଙ୍କୃତ କରିଥିବା ନଜିର ରହିଛି । ରାଜ୍ୟ ରାଜନୀତିରେ ବିଜୁ ଜନତା ଦଳ ଏକ ନମ୍ବର ସ୍ଥାନ ରେ ରହିଛି । ନିକଟରେ ବିଜୁ ଜନତା ଦଳର ରାଜ୍ୟ ସମ୍ପାଦକ ଘୋଷଣା କରିଛନ୍ତି ବିଜେଡି ସଭାପତି ନବୀନ ପଟ୍ଟନାୟକ । ନୟାଗଡ଼ ଜିଲ୍ଲା ରୁ ରାଜ୍ୟ ସମ୍ପାଦକ ଭାବେ ପୁଣି ଥରେ ସାମ୍ବାଦିକ ଅନଓ୍ବର ଅଲ୍ଲୀ ଙ୍କୁ ଦାୟିତ୍ଵ ଦେଇଛନ୍ତି ସଭାପତି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ । ଦଳର ନୀତି ନିୟମ ଅନୁସାରେ କାର୍ଯ୍ୟ କରିବା ସହ ସଙ୍ଗଠନ ସୁଦୃଢ କରିବା ଏବଂ ସମାଜସେବାରେ ନିଜକୁ ନିୟୋଜିତ ରଖିବେ ବୋଲି ପ୍ରକାଶ କରିଛନ୍ତି ନବ ନିଯୁକ୍ତ ରାଜ୍ୟ ସମ୍ପାଦକ ଅନଓ୍ବର ଅଲ୍ଲୀ । ଏଥି ସହିତ ତାଙ୍କ ଉପରେ ପୁଣି ଥରେ ଆସ୍ଥା ରଖିଥିବାରୁ ଦଳ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ନୟାଗଡ଼ ବିଧାୟକ ଡଃ ଅରୁଣ କୁମାର ସାହୁ ଙ୍କୁ ଧନ୍ୟବାଦ ଜଣାଇଛନ୍ତି ଅନଓ୍ବର ଅଲ୍ଲୀ ।

