Site icon Awaj Media

ବାଙ୍କୀ ଶିମିଳିପୁର ବନ୍ୟା ପ୍ରଭାବିତ ଅଞ୍ଚଳରେ ରିଲିଫ ବଣ୍ଟନ !!!

Spread the love

ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ବାଙ୍କୀ ନିର୍ବାଚନ ମଣ୍ଡଳୀ ୩୨ ନମ୍ବର ଜୋନର ଜିଲ୍ଲା ପରିଷଦ ସଭ୍ୟ ତଥା ରାଜ୍ୟ ବିଜେପି କାର୍ଯ୍ୟକାରୀ କମିଟି ସଦସ୍ୟ ତୁଷାରକାନ୍ତ ଚକ୍ରବର୍ତ୍ତି ଶିମିଳିପୁର ଗ୍ରାମ ପଞ୍ଚାୟତ ଶୁଖୁଆଖଳା ଗ୍ରାମକୁ ବୋଟ୍ ଯୋଗେ ଯାଇ ବନ୍ୟା ବିପନ୍ନ ମାନଙ୍କର ସମସ୍ୟା ପଚାରି ବୁଝିଥିଲେ ଏବଂ ଶ୍ରୀ ଚକ୍ରବର୍ତ୍ତି ବନ୍ୟା ବିପନ୍ନ ମାନଙ୍କୁ ରିଲିଫ ପ୍ୟାକେଟ ରେ ଶୁଖିଲା ଖାଦ୍ୟ ଚୂଡ଼ା, ଗୁଡ଼, ବିସ୍କୁଟ୍‌, ମହମବତୀ ବଣ୍ଟନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ବିଜେପି ନେତା ସରୋଜ କୁମାର ସାମନ୍ତରାୟ, ସରୋଜ ମତଗଜ ସିଂହ, ଶମ୍ଭୁନାଥ ଦଳେଇ, ରାହୁଲ୍ ନାୟକ, ଶିମିଳିପୁର ସରପଞ୍ଚ ସୁକାନ୍ତ ବେହେରା, ସାମ୍ବାଦିକ ଶୁଭେନ୍ଦୁ କୁମାର ମହାପାତ୍ର ପ୍ରମୁଖ ସାମିଲ୍ ହୋଇ ରିଲିଫ୍ ବଣ୍ଟନ କରିଥିଲେ ।

Exit mobile version