Site icon Awaj Media

ବିପଦରେ କଟକ ସହର ଓ କଟକ ବାସୀ !!!

Spread the love

କଟକ ( ଆୱାଜ ମିଡ଼ିଆ ) – ଅମ୍ରିତା ପଟ୍ଟନାୟକ : ବିପଦରେ କଟକ ସହର ଓ କଟକ ବାସୀ !! ସରକାର ସାଧାରଣ ଜନତାଙ୍କୁ ଉତ୍ତମ ସେବା ଯୋଗାଇବା ପାଇଁ ବିଭିନ୍ନ ଯୋଜନା ପ୍ରସ୍ତୁତ ଓ କାର୍ଯ୍ୟକାରୀ କରୁଛନ୍ତି । ମାତ୍ର ବ୍ୟବସ୍ଥିତ ଢଙ୍ଗରେ କାର୍ଯ୍ଯ ନହେବା ସହ ସଠିକ୍ ତଦାରଖ ନହେବା ଯୋଗୁଁ ସାଧାରଣ ଜନତାଙ୍କ ଜୀବନ ଆଜି ବିପଦପୂର୍ଣ୍ଣ !! କେତେବେଳେ ଜାଇକା କାମ ଯୋଗୁଁ, ତ କେତେବେଳେ ଗ୍ୟାସ ଲାଇନ୍ ଯୋଗୁଁ ଓ ଆଉ କେତେବେଳେ ପାଣି ପାଇପ ଲାଇନ୍ ଯୋଗୁଁ ରାସ୍ତା ଗୁଡ଼ିକ ଖୋଳା ହୋଇ କାର୍ଯ୍ୟ ଚାଲିଛି !! ଯାହାର ପରିଣାମ ଆଜି କଟକ ସହରାର ବିଭିନ୍ନ ସ୍ଥାନରେ ଏଭଳି ରାସ୍ତା ଦବିବାର ଦୃଶ୍ୟ ଦେଖିବାକୁ ମିଳୁଛି !! ନବ ନିର୍ବାଚିତ ମେୟର ମଧ୍ଯ ଯଥା ସମ୍ଭବ ବିଭିନ୍ନ ସ୍ଥାନରେ ପହଞ୍ଚି, ଏହିପରି ସ୍ଥାନର ମରାମତି କରାଇବାକୁ ନିର୍ଦ୍ଦେଶ ଦେଉଛନ୍ତି !! ଗୋଟିଏ ସ୍ଥାନରେ ମରାମତି କରିବା ପରେ ଆଉ ଗୋଟିଏ ସ୍ଥାନରେ ଏଭଳି ଘଟଣା ଘଟୁଥିବାରୁ, କଟକ ସହର ଓ କଟକ ବାସୀଙ୍କ ସୁରକ୍ଷା ଉପରେ ଆଜି ପ୍ରଶ୍ନବାଚୀ ସୃଷ୍ଟି ହେଇଛି !! ମାତ୍ର ଏହିଭଳି ଘଟଣା କଟକିଆ ମାନଙ୍କ ପାଇଁ ନିତି ଦିନିଆ ଘଟଣାରେ ପରିଣତ ହୋଇଛି !! ନିମ୍ନ ମାନର କାମ, ସଠିକ୍ ତଦାରଖ ଅଭାବ ଓ ଜାଇକାର ମନମୁଖୀ ଶାସନ ଯୋଗୁଁ ଏପରି ଘଟଣା ଘଟୁଥିବାରୁ ସାଧାରଣରେ ଚର୍ଚ୍ଚା ଚାଲିଛି !! ଏହି ଦୃଶ୍ୟଟି ସିଡିଏ ସେକ୍ଟର – ୧୦ ଅଞ୍ଚଳର ! ଗତ କିଛି ଦିନ ତଳେ ଏହି ଦୁଇଟି ସ୍ଥାନରେ ରାସ୍ତା ଦବିଥିଲା, ଯାହାକୁ ମେୟର ନିଜେ ଛିଡା ହୋଇ ଗୋଟିଏ କାର୍ଯ୍ଯ କରାଇଥିଲେ !! ଆଉ ଏ ପର୍ଯ୍ୟନ୍ତ ଅନ୍ୟ ଏକ ଗାତକୁ ମରାମତି ନକରିବା ସାଧାରଣରେ ଅସନ୍ତୋଷ ଓ ଭୟ ସୃଷ୍ଟି କରିଛି !!ତେବେ କାହିଁକି ଏଭଳି ଅବ୍ୟବସ୍ଥାର ସ୍ଥାୟୀ ସମାଧାନ ନହେବା ଓ ଜାଇକା ବିରୁଦ୍ଧରେ କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନାହିଁ ଓ କେବେ ଏହାର ସ୍ଥାୟୀ ସମାଧାନ ହେବ ତାହା ସବୁଠାରୁ ବଡ ପ୍ରଶ୍ନ ??

Exit mobile version