Site icon Awaj Media

ପାରଳାର ପରସମଣୀ ଶତାବ୍ଦୀ ପୁରୁଷ ପଦ୍ମଶ୍ରୀ ଡ. ସତ୍ୟ ନାରାୟଣ ରାଜଗୁରୁଙ୍କ ୧୨୦ ତମ ଜୟନ୍ତୀ ପାଳନ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ସ୍ଥାନୀୟ ଉତ୍କଳ ହିତୈଷିଣୀ ସମାଜ ସଭା ଗୃହରେ ସାହିତ୍ୟ ଏକାଡେମୀ ସଦସ୍ୟ ବିଚିତ୍ରାନନ୍ଦ ବେବର୍ତ୍ତlଙ୍କ ଅଧ୍ୟକ୍ଷତାରେ ପଦ୍ମଶ୍ରୀ ଡ.ସତ୍ୟନାରାୟଣ ରାଜଗୁରୁଙ୍କ ୧୨୦ ତମ ଜୟନ୍ତୀ ଆଡମ୍ୱର ସହକାରେ ପାଳିତ ହୋଇ ସାରିଛି । ମୁଖ୍ୟ ଅତିଥି ସଂଗ୍ରାମଶେଖର ପଣ୍ଡା ଅତିରିକ୍ତ ଜିଲ୍ଲାପାଳ, ଗଜପତି ମୁଖ୍ୟବକ୍ତା ଭାବରେ ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ସମ୍ମାନୀତ ବକ୍ତା ରୂପେ ଉପାନ୍ତ ପ୍ରହରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ସମ୍ମାନୀତ ଅତିଥି ରୂପେ ଡ.କଲ୍ୟାଣୀ ମିଶ୍ର, ସଂସ୍କୃତି ଅଧିକାରୀ ଅର୍ଚ୍ଚନା ମଙ୍ଗରାଜ ମଞ୍ଚାସୀନ ରହି ଐତିହାସିକ ଡଃ.ରାଜଗୁରୁଙ୍କ ବହୁମୁଖୀ ପ୍ରତିଭା ସମ୍ପର୍କରେ ଆଲୋଚନା କରିଥିଲେ । ଏ ମାଟି ପାଇଁ ଆଉ ଏକ ସତ୍ୟନାରାୟଣ ରାଜଗୁରୁଙ୍କ ଆବଶ୍ୟକତା ଜରୁରୀ ରହୁଚି ବୋଲି ବକ୍ତାମାନେ କହିଥିଲେ । ଉମରକୋଟ ର ଡ.ପ୍ରଦୀପ ମିଶ୍ରଙ୍କୁ ସମ୍ବର୍ଦ୍ଧନା ପ୍ରଦାନ ସହିତ ବିଭିନ୍ନ ପ୍ରତିଯୋଗିତାର ବିଜୟୀ ଛାତ୍ର ଛାତ୍ରୀ ଙ୍କୁ ପ୍ରମାଣ ପତ୍ର ପୁରସ୍କାର ପ୍ରଦାନ କରାଯାଇଥିଲା । ପ୍ରାରମ୍ଭିକ ସଙ୍ଗୀତ ଭକ୍ତି ସଙ୍ଗୀତ ସଂସଦ ର ଶିଳ୍ପୀ ମାନେ ଗାନ କରିଥିଲେ । ଶେଷରେ ତ୍ରିପତି ପ୍ରସାଦ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।

Exit mobile version