କଣିହାଁ ( ଆୱାଜ ମିଡ଼ିଆ ) – ଅଶ୍ବିନୀ କୁମାର ଦେବତା : ଅହିଂସା ରଥକୁ ସମଲ ଅଞ୍ଚଳରେ ସମ୍ବର୍ଦ୍ଧନା । ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଗାନ୍ଧିଜୀଙ୍କ ଅହିଂସା ଓ ଶାନ୍ତି ତଥା ଦେଶପ୍ରେମର ବାର୍ତ୍ତା ନେଇ ଯାତ୍ରା ଆରମ୍ଭ କରିଥିବା ଅହିଂସା ରଥ କଣିହାଁ ବ୍ଲକର ବିଭିନ୍ନ ଅଞ୍ଚଳ ପରିକ୍ରମା କରିଛି । ଏହି ପରିପ୍ରେକ୍ଷୀରେ ସମଲ ପଞ୍ଚାୟତର ହାଇସ୍କୁଲ ଛକର ତାରିଣୀ ମନ୍ଦିର ସାମ୍ନାରେ ଏହି ରଥକୁ ଭବ୍ୟ ସ୍ଵାଗତ କରାଯାଇଥିଲା । ଅହିଂସା ରଥକୁ ସ୍ବୟଂ ସହାୟକ ଗୋଷ୍ଠୀର ମହିଳା , ଅଙ୍ଗନବାଡ଼ି କର୍ମୀ , ଆଶାକର୍ମୀ ଓ ପଞ୍ଚାୟତର ଓ୍ବାର୍ଡ ସଭ୍ୟା ମାନେ ବନ୍ଦାପନା କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ କଣିହାଁ ବ୍ଲକ ଅଧ୍ୟକ୍ଷ ରାମକୃଷ୍ଣ ପ୍ରଧାନ, ସରପଞ୍ଚ ଜିତେନ୍ଦ୍ର ବେହେରା, ନାଏବ ସରପଞ୍ଚ ଧରିତ୍ରୀ ସାହୁ, ପଞ୍ଚାୟତର ଇଓ ବିଜୟ ସାହୁ, ଗ୍ରାମ ରୋଜଗାର ସେବକ ସରୋଜ ସାହୁ, ଜିପିଏଲଏଫ ସଦସ୍ୟା ରଶ୍ମିତା ନନ୍ଦ, ବ୍ଲକ କର୍ମଚାରୀ ବିଶ୍ବଭୂଷଣ କର ଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ । ସୁସଜ୍ଜିତ ରଥକୁ ସ୍ଥାନୀୟ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ଓ ଛାତ୍ରଛାତ୍ରୀ ମାନେ ବଜାର ପରିକ୍ରମା କରି ବ୍ୟାଙ୍କ ଛକଠାରେ ଥିବା ଗୋପବନ୍ଧୁ ପାର୍କ ନିକଟକୁ ଆଣିଥିଲେ । ସେଠାରେ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରାଯାଇଥିଲା । ଏହା ପରେ ଅହିଂସା ରଥକୁ ବିଦାୟ ଦିଆଯାଇଥିଲା ।
ଅହିଂସା ରଥକୁ ସମଲ ଅଞ୍ଚଳରେ ସମ୍ବର୍ଦ୍ଧନା !!!

