Site icon Awaj Media

ସାରା ରାଜ୍ୟରେ ପରିଭ୍ରମଣ କରୁଛି ଅହିଂସା ରଥ !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ଦେଶ ସ୍ବାଧୀନ ହେବାର ୭୫ ବର୍ଷ ପୂର୍ତ୍ତି ଅବସରରେ ରାଜ୍ୟ ସୁଚନା ଲୋକସମ୍ପର୍କ ବିଭାଗ ପକ୍ଷରୁ ସାରା ରାଜ୍ୟରେ ପରିଭ୍ରମଣ କରୁଛି ଅହିଂସା ରଥ । ଦେଶ ସ୍ଵାଧୀନତା ଆନ୍ଦୋଳନ ରେ ସ୍ବାଧୀନତା ସଂଗ୍ରାମୀ ମାନଙ୍କ ଅବଦାନ , ତ୍ୟାଗ କୁ ମନେ ପକାଇ ଆଜିର ଯୁବପିଢି କୁ ଜାଗ୍ରତ କରାଇବା ଏବଂ ସ୍ବାଧିନତା ସଂଗ୍ରାମୀ ମାନଙ୍କ ବଳିଦାନ ଓ ଦେଶପ୍ରେମ କୁ ଉଚିତ ସମ୍ମାନ ଦେବା ଲକ୍ଷ୍ୟରେ ଭ୍ରମଣ କରୁଥିବା ଅହିଂସା ରଥ କୁ ନୟାଗଡ଼ ଜିଲ୍ଲାରେ ସ୍ବାଗତ କରାଯାଇଛି । ନୟାଗଡ଼ ବ୍ଲକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁ ଙ୍କ ଦ୍ଵାରା ଭାଟସାହି ପଞ୍ଚାୟତ ଠାରେ ଆୟୋଜିତ ସ୍ୱାଗତ ଉତ୍ସବରେ ଅହିଂସା ରଥ କୁ ନୟାଗଡ଼ ଜିଲ୍ଲାପାଳ ଡ଼. ପୋମା ଟୁଡୁ ସ୍ବାଗତ କରିଥିଲେ । ଭାଟସାହି ସରପଞ୍ଚ ସାରଦା କୁମାରୀ ସାହୁ ଅହିଂସା ରଥ କୁ ବନ୍ଦାପନା କରିଥିବା ବେଳେ ଆୟୋଜିତ ଏକ ସଭାରେ ଜିଲ୍ଲାପାଳ, ବ୍ଲକ ଅଧ୍ୟକ୍ଷ, ଭାଟସାହି ସରପଞ୍ଚ , ଗ୍ରାମ ଉନ୍ନୟନ କାର୍ଯ୍ୟନିର୍ବାହୀ ଅଧିକାରୀ ସୁବାସ ଚନ୍ଦ୍ର ରାୟ , ଗୋଷ୍ଠୀ ଉନ୍ନୟନ ଅଧିକାରୀ ପଦ୍ମଚରଣ ସାହୁ, ସୁଚନା ଲୋକସମ୍ପର୍କ ଅଧିକାରୀ ସୁରେନ୍ଦ୍ର ନାଥ ସାହୁ ପ୍ରମୂଖ ଉପସ୍ଥିତ ରହି ଅହିଂସା ରଥ ପରିକ୍ରମାର ମହତ ଉଦ୍ଦେଶ୍ୟ ସମ୍ପର୍କରେ ଜନସାଧାରଣଙ୍କ ସମୁଖରେ ବକ୍ତବ୍ୟ ରଖିଥିଲେ ।

Exit mobile version