Site icon Awaj Media

ବାଣପୁର ବ୍ଲକରେ ନୂତନ ବିଡ଼ିଓ ଭାବେ କାର୍ଯ୍ୟରେ ଯୋଗ ଦେଲେ ବୁଲବୁଲ ବେହେରା !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକରେ ନୂତନ ବିଡ଼ିଓ ଭାବେ କାର୍ଯ୍ୟରେ ଯୋଗ ଦେଇଛନ୍ତି ଓଏଏସ ଅଧିକାରିଣୀ ଶ୍ରୀମତୀ ବୁଲବୁଲ ବେହେରା । ଶ୍ରୀମତୀ ବେହେରା ୨୦୧୧ ବ୍ୟାଚ ଓଏଏସ ଅଧିକାରିଣୀ ହୋଇଥିବା ବେଳେ ଏହା ପୁର୍ବରୁ ସେ ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ବିଡ଼ିଓ ଭାବେ କାର୍ଯ୍ୟରତ ଥିଲେ । ନିକଟରେ ତାଙ୍କ ବଦଳି ବାଣପୁର ବ୍ଲକକୁ ହୋଇଥିବା ବେଳେ ରବିବାର ଦିନ ସେ କାର୍ଯ୍ୟରେ ଯୋଗ ଦେଇଛନ୍ତି । ତେବେ ବାଣପୁର ଏକ ବଡ଼ ବ୍ଲକ ଏବଂ ସେ ସମସ୍ତ ନିର୍ବାଚିତ ଜନ ପ୍ରତିନିଧିଙ୍କ ସହାଭାଗିତାରେ କାର୍ଯ୍ୟ କରିବା ସହ ଜନସାଧାରଣଙ୍କ ଅଭିଯୋଗକୁ ପ୍ରାଥମିକତା ଦେବେ ବୋଲି କହିଛନ୍ତି । ସେହିପରି ଭାବେ କ୍ଷେତ୍ର ପରିଦର୍ଶନ, ୫ଟି ବ୍ୟବସ୍ଥାର ସଠିକ ପରିଚାଳନା ଏବଂ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ସମସ୍ତ ଯୋଜନା କିପରି ସଠିକ ଭାବରେ ହିତାଧିକାରୀଙ୍କ ନିକଟକୁ ପହଞ୍ଚି ପାରିବ ସେ ଦିଗରେ ଗୁରୁତ୍ୱ ଦେବେ ବୋଲି ଶ୍ରୀମତୀ ବେହେରା କହିଛନ୍ତି ।

Exit mobile version