Site icon Awaj Media

ବାଙ୍କୀ ଶିମିଳିପୁର ପଞ୍ଚାୟତରେ ମାତୃଭୂମି ଓଡିଶା ତରଫରୁ ରିଲିଫ ସହାୟତା !!!

Spread the love

ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ବାଙ୍କୀ ନିର୍ବାଚନ ମଣ୍ଡଳୀ ଡମପଡ଼ା ବ୍ଲକ ଅନ୍ତର୍ଗତ ଶିମିଳିପୁର ପଞ୍ଚାୟତ ସମ୍ପୂର୍ଣ ଜଳମଗ୍ନ ହେବା ହେତୁ ନାହିଁ ନ ଥିବା ଅସୁବିଧାର ସମୁଖୀନ ହେଉଛନ୍ତି ଲୋକେ , ମହାନଦୀ ର ବନ୍ୟା ଜଳ ବଢ଼ିବାରୁ ଏ ପରିସ୍ଥିତି ସୃଷ୍ଟି ହୋଇଛି l ଆଜକୁ 8 ଦିନ ହେବ ପଞ୍ଚାୟତ ବହୁ ଗ୍ରାମ ବାହ୍ୟ ଜଗତ ରୁ ବିଛିନ୍ନ ହୋଇ ପଡ଼ିରହିଛି l
ଏ ଖବର ସାମାଜିକ ଗଣମାଧ୍ୟମ ରୁ ଦେଖିଲା ପରେ ମାତୃଭୂମି ଓଡିଶା ର ସଦସ୍ୟ ସଦସ୍ୟା ଏକ ଜରୁରୀ କାଳୀନ ବୈଠକ ରେ ଆଲୋଚନା କରି ସହାୟତା ପାଇଁ ଶିମିଳିପୁର ରେ ପହଞ୍ଚିଥିଲେ l ସହାୟତା ଟିମ ରେ ପ୍ରକାଶ ଭାଇ, ବାପିନା ଭାଇ, କାଳିଆ ଭାଇ, ପ୍ରେମାନନ୍ଦ ଭାଇ, ପ୍ରଦ୍ୟୁମ୍ନ ଭାଇ, ଖଗେଶ୍ୱର ଭାଇ, ଅଜୁ ଭାଇ, ବଳିଆ ଭାଇ, ବିଭୁତି ଭାଇ, ସିପୁ ଭାଇ, ସୁଜାତା ଦିଦି, ଗୀତା ଭଉଣୀ, ଟିକିନା ଭଉଣୀ ଉପସ୍ଥିତ ରହିଥିବା ସମୟରେ ବାଙ୍କୀ ର ପୂର୍ବତନ ବିଧାୟକ ଦେବାଶିଷ ପଟ୍ଟନାୟକ ଙ୍କ ନେତୃତ୍ୱ ରେ ବନ୍ୟା ବିପନ୍ନ ଙ୍କୁ ଚୁଡା, ଗୁଡ଼ , ପାଉଁରୁଟି, ବିସ୍କୁଟ ସାଙ୍ଗକୁ ମେଡିସିନି ଓ କିଛି କପଡା ବଣ୍ଟନ କରାଯାଇଥିଲା l ଲୋକ ମାନଙ୍କ ଦୁଃଖ କଥା ପଚାରି ବୁଝିଥିଲେ ଅନୁଷ୍ଠାନର ସଦସ୍ୟ l ଲୋକ ମାନଙ୍କ କହିବା କଥା ଆଜି ବି ସେମାନେ ବହୁତ ଦୁଃଖ କଷ୍ଟରେ ଅଛନ୍ତି , ପ୍ରଶାସନ କୁ ସହଯୋଗ ର ହାତ ବଢେଇବା ପାଇଁ ଅନୁରୋଧ କରିଛନ୍ତି ସ୍ଥାନୀୟ ବାସିନ୍ଦା l କୁସୁପଙ୍ଗୀ ପଞ୍ଚାୟତ ର ଯୁବ ସମାଜ ସେବୀ ସମୀର କୁମାର ବେଉରା ଏପରି ସହଯୋଗ କାର୍ଯ୍ୟ ପାଇଁ ମାତୃଭୂମି ଓଡିଶା ସଂଗଠନ କୁ ପ୍ରଶଂସା କରିଛନ୍ତି l କାର୍ଯ୍ୟକ୍ରମ ଅବସରରେ ସ୍ଥାନୀୟ ନେତୃତ୍ୱ ବାବୁଲି ଦଳେଇ , ଅସୀତ ବରଣ ପଟ୍ଟନାୟକ ଏବଂ ନକୁଳ ପ୍ରଧାନ ଉପସ୍ଥିତ ରହିଥିଲେ l

Exit mobile version