ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଉତ୍କଳ ହିତୈଷିଣୀ ସମାଜ ସଭାଗୃହରେ ଓଡ଼ିଶା ସାହିତ୍ୟ ଏକାଡେମୀ ଆନୁକୁଲ୍ୟରେ ପଣ୍ଡିତ ଗୋପୀନାଥ ନନ୍ଦ ଶର୍ମାଙ୍କ ୧୫୪ ତମ ଜୟନ୍ତୀ ପାଳନ ହୋଇଯାଇଛି । ଏକାଡେମୀର ଜିଲ୍ଲା ସଦସ୍ୟ ବିଚିତ୍ରାନନ୍ଦ ବେବର୍ତ୍ତା ସଭା ମୁଖ୍ୟ ଭାବେ ଯୋଗ ଦେଇଥିଲେ । ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ଓଡ଼ିଆ ବିଭାଗ ମୁଖ୍ୟ ଏବଂ ଭଞ୍ଜବିହାର ସ୍ଥିତ ବିଶ୍ୱ ବିଦ୍ୟାଳୟର ସାହିତ୍ୟ ଏକାଡେମୀ ସଦସ୍ୟ ପ୍ରଫେସର ଡ.ପ୍ରସନ୍ନ କୁମାର ସ୍ୱାଇଁ ମୁଖ୍ୟ ଅତିଥି, ଉପାନ୍ତ ପ୍ରହରୀ ଐତିହାସିକ ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ମୁଖ୍ୟବକ୍ତl , ଆଚାର୍ଯ୍ୟ ବିନୋଦ ଚନ୍ଦ୍ର ଜେନା ସମ୍ମାନୀତ ବକ୍ତା ଭାବେ ଯୋଗଦାନ କରି ଭାଷା ବିଜ୍ଞାନୀ ପଣ୍ଡିତ ନନ୍ଦଙ୍କ ବହୁମୁଖି ପ୍ରତିଭା ସମ୍ପର୍କରେ ଆଲୋଚନା କରିଥିଲେ । ସ୍ଵାଗତ ସମ୍ଭାଷଣ ଏବଂ ପରିଚୟ ପ୍ରଦାନ ଡ.କଲ୍ୟାଣୀ ମିଶ୍ର ଦେଇଥିବା ବେଳେ ସ୍ନିଗ୍ଧା ମିଶ୍ର ଧନ୍ୟବାଦ ଦେଇଥିଲେ । ଏହି ଅବସରେ ପ୍ରାରମ୍ଭିକ ସଙ୍ଗୀତ ଭକ୍ତି ସଂଗୀତ ସଂସଦର ଶିଳ୍ପୀ ମାନେ ଗାନ କରିଥିଲେ ଏବଂ ଶ୍ରୀଜଗନ୍ନଥ ଓଡ଼ିଶୀ କଳକେନ୍ଦ୍ର ଦ୍ଵାର ଓଡ଼ିଶୀ ଓ ମାହାରୀ ନୃତ୍ୟ ପରିବେଷଣ କରାଯାଇଥିଲା । ଅରୁପାଞ୍ଜଳି ମହାନ୍ତି, ଡି.ପ୍ରିୟଙ୍କା, ନିତ୍ୟାନନ୍ଦ ଚୌଧୁରୀ, ମୂରଲୀଧର ପରିଛା, ବିଷ୍ଣୁ ଚରଣ ପଣ୍ଡା, ତ୍ରିପତି ପ୍ରସାଦ ପଣ୍ଡା,ଭାରତ ଭୂଷଣ ମହାନ୍ତି, ନରସିଂହ ଗୌଡ ପ୍ରଭୃତି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।
ପଣ୍ଡିତ ଗୋପୀନାଥ ନନ୍ଦଙ୍କ ୧୫୪ ତମ ଜୟନ୍ତୀ ମହୋତ୍ସବ !!!

