Site icon Awaj Media

ନୟାଗଡ଼ ଚିକିତ୍ସାଳୟ ପରିସରରେ ଧାରଣା ଦେଲେ ଅଂଶିକା ସର୍ଭିସେସ ର ଲଣ୍ଡ୍ରୀ କର୍ମଚାରୀ !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ନୟାଗଡ଼ ଚିକିତ୍ସାଳୟ ପରିସରରେ ଧାରଣା ଦେଲେ ଅଂଶିକା ସର୍ଭିସେସ ର ଲଣ୍ଡ୍ରୀ କର୍ମଚାରୀ । ଅଂଶିକା ସର୍ଭିସେସ ମାଧ୍ୟମରେ ଦିର୍ଘ ତିନି ବର୍ଷ ଧରି ମେଡିକାଲ ରେ ଲଣ୍ଡ୍ରୀ କର୍ମଚାରୀ ଭାବେ କାର୍ଯ୍ୟ କରିଥିଲେ ମଧ୍ୟ ସଂସ୍ଥା ମାଲିକ୍ ଚିତ୍ତରଞ୍ଜନ ଦାସ କର୍ମଚାରୀ ମାନଙ୍କୁ ଦରମା ଦେଉନଥିବା ଅଭିଯୋଗ କରିଛନ୍ତି । ଦରମା ମାଗିଲେ ସଂସ୍ଥା ର ସୁପରଭାଇଜର ଅନୁରାଗ ଖଟେଇ ଅସଭ୍ୟ ଭାଷାରେ ଗାଳି ଗୁଲଜ କରିବା ସହ ଧମକ ଦେଉଥିବା ଅଭିଯୋଗ କରିଛନ୍ତି କର୍ମଚାରୀ ମାନେ । ଏପରିକି ଦରମା, ସେକେଣ୍ଡ ସିପ୍ଟି , କୋଭିଡ ଇନସେଟିଭ ଦିଆଯାଇ ନଥିବା ବେଳେ ଇ.ପି.ଏଫ.ଓ , ଇଏଓ.ଆଇ ମାସିକ ପାରିଶ୍ରମିକ ରୁ କଟାଯାଇସିଛି . ଯାହାକୁ ପରେ ଆକାଉଣ୍ଟ ରେ ପରିଶୋଧ କରାଯାଇ ନଥିବା ଅଭିଯୋଗ କରିଛନ୍ତି କର୍ମଚାରୀ । କର୍ମଚାରୀ ମାନଙ୍କୁ ଠିକ୍ ରେ ପାରିଶ୍ରମିକ ଦେଉନଥିବା ବେଳେ ଆକ୍ରୋଶମୂଳକ ଭାବେ କିଛି କର୍ମଚାରୀ ଙ୍କୁ ଅନ୍ୟତ୍ର ବଦଳି କରିବା ଏବଂ କାର୍ଯ୍ୟରୁ ବହିଷ୍କୃତ କରିବା ପ୍ରତିବାଦରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଠାରେ ଧାରଣା ଦେଇଛନ୍ତି କର୍ମଚାରୀ । କର୍ମଚାରୀ ମାନଙ୍କ ପାରିଶ୍ରମିକ, ବଦଳି ହୋଇଥିବା ଏବଂ ବହିଷ୍କୃତ ହୋଇଥିବା କର୍ମଚାରୀ ମାନଙ୍କ ଆଦେଶ ପ୍ରତ୍ୟାହାର କରିବା ପାଇଁ ଭାରତୀୟ ଜିଲ୍ଲା ମଜଦୂର ସଂଘ ତରଫରୁ ଜିଲ୍ଲା ସମ୍ପାଦକ ସୁକାନ୍ତ ମହାପାତ୍ର ଏବଂ ଦଶପଲ୍ଲା ବ୍ଲକ ସଭାପତି ପ୍ରକାଶ କୁମାର ପାଣି ଦାବି କରିଛନ୍ତି । ଏସମ୍ପର୍କରେ ତୁରନ୍ତ ସମାଧାନ ଲାଗି ଜିଲ୍ଲାପାଳ ନୟାଗଡ଼, ମୁଖ୍ୟ ଚିକିତ୍ସାଧିକାରୀ, ଏଡିଏମ୍, ଶ୍ରମ ଆୟୁକ୍ତ ଅଧିକାରୀ ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ମ୍ୟାନେଜରଙ୍କୁ ନୟାଗଡ଼ ସଙ୍ଘ ପକ୍ଷରୁ ଦାବିପତ୍ର ଦିଆଯାଇଛି ।

Exit mobile version