Site icon Awaj Media

ଆମ୍ବଗଛ ରୁ ଝୁଲନ୍ତା ଶବ ଉଦ୍ଧାର !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ଆମ୍ବଗଛ ରୁ ଝୁଲନ୍ତା ଶବ ଉଦ୍ଧାର। ମୃତ ଯୁବକଙ୍କ ନିର୍ଦ୍ଦିଷ୍ଟ ପରିଚୟ ମିଳିନଥିବା ବେଳେ ତାଙ୍କ ଘର ଖୋର୍ଦ୍ଧା ଜିଲ୍ଲା ଜଟଣୀ ଅଞ୍ଚଳରେ ହୋଇଥିବା ଜଣାପଡିଛି । ସୁଚନା ଅନୁସାରେ ନୟାଗଡ଼ ସଦର ଥାନା ଅନ୍ତର୍ଗତ ମାଳିସାହି ଫାଣ୍ଡି ଅଞ୍ଚଳରେ ଏକ ଆମ୍ବ ତୋଟା ରେ ଜଣେ ଅଚିହ୍ନା ଯୁବକ ଗଛରେ ଝୁଲୁଥିବା ସ୍ଥାନୀୟ ଲୋକେ ଫାଣ୍ଡି ଅଧିକାରୀ ଙ୍କୁ ଖବର ଦେଇଥିଲେ। ଯୁବକ ଜଣଙ୍କ ଝୁଲୁଥିବା କିଛି ଦୁରରେ ଏକ ଏକ ବାଇକ୍ ଥିବାବେଳେ ଯୁବକ ଜଣକ ଜଟଣୀ ଅଞ୍ଚଳ ର ବୋଲି ଜଣାପଡିଛି । ପ୍ରଶ୍ନ ଉଠେ ଯୁବକ ଜଣକ ଜଟଣୀ ରୁ ମାଳିସାହି କାହିଁକି ଆସିଥିଲେ। ସେ ଆତ୍ମହତ୍ୟା କରିଛନ୍ତି ନା କେହି ତାଙ୍କୁ ହତ୍ୟା କରି ଗଛରେ ଝୁଲାଇ ଦେଇଛି । ହତ୍ୟା ନା ଆତ୍ମହତ୍ୟା ସନ୍ଦେହ ଘେରରେ ଥିବାବେଳେ ନୟାଗଡ ସଦର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Exit mobile version