Site icon Awaj Media

ନୟାଗଡ ଜିଲ୍ଲାର ସର୍ବ ପ୍ରଥମ ବ୍ୟଙ୍ଗ ପତ୍ରିକା ଉନ୍ମୋଚିତ !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ବ୍ୟଙ୍ଗକାର ରବୀନ୍ଦ୍ର ରାଉତଙ୍କ ଦ୍ୱାରା ସମ୍ପାଦିତ ନୟାଗଡ ଜିଲ୍ଲାର ସର୍ବପ୍ରଥମ ବ୍ୟଙ୍ଗ ପତ୍ରିକା ଆଜି ଅପରାହ୍ନରେ ନୟାଗଡ଼ ପୁରୁଣା ସହରସ୍ଥିତ ଶ୍ରୀଜଗନ୍ନାଥଙ୍କ ମନ୍ଦିର ସମୁଖରେ ଥିବା ଉତ୍କଳ ଘଣ୍ଟ ଯଦୁମଣିଙ୍କ ପ୍ରତିମୂର୍ତ୍ତୀ ସାମନାରେ ଉନ୍ମୋଚିତ ହୋଇଯାଇଛି । ନୟାଗଡ଼ ଜିଲ୍ଲାରୁ ପ୍ରକାଶିତ ହେଲା ପ୍ରଥମ ସମାଲୋଚନା ଧର୍ମୀ ତଥା ହାସ୍ୟ ବ୍ୟଙ୍ଗ ପତ୍ରିକା ‘ବ୍ୟଙ୍ଗ କଲମ ’ । ଉନ୍ମୋଚନ ପୂର୍ବରୁ ପ୍ରଥମେ ପତ୍ରିକାକୁ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ସମର୍ପଣ କରାଯାଇ ପୂଜାର୍ଚ୍ଚନା କରାଯାଇଥିଲା । ଏହି ଉନ୍ମୋଚନ କାର୍ଯ୍ୟକ୍ରମକୁ ବରିଷ୍ଠ ସାମ୍ବାଦିକ ତଥା ସାହିତ୍ୟିକ ରାମକୃଷ୍ଣ ରଥ ସଂଯୋଜନା କରିଥିବା ବେଳେ ନାଟ୍ୟକାର ଡ.ବିଜୟ ଚୌଧୁରୀ, ବରିଷ୍ଠ ଆଇନଜୀବି ମନୋରଂଜନ ମହାପାତ୍ର, ସାହିତ୍ୟ ଏକାଡେମୀ ସଦସ୍ୟ ଅଧ୍ୟାପକ ଅଶୋକ କୁମାର ନାୟକ, କବି ନିର୍ମଳ ଶୂରଦେଓ, କୈଳାସ ବାଣ୍ଠ, ପ୍ରଶାନ୍ତ ଦାଶ, ସମାଜସେବୀ ମନୋଜ ସାହୁ, ସନ୍ତୋଷ ପ୍ରଧାନ, ରଜତ ପଟ୍ଟନାୟକ, ଲକ୍ଷ୍ମୀଧର ସାହୁ, ଅଧ୍ୟାପକ ଆଶୁତୋଷ ମିଶ୍ର, ନିଳିମା ନନ୍ଦ, ପ୍ରଭାସିନୀ ବରାଡ଼, ରୋଟାରୀଆନ ଧିରେନ ପଟ୍ଟନାୟକ , କାଉନସିଲର କିଶାନ ଦାସ, ଲକ୍ଷ୍ମୀଧର ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ । ଏହି ସମାଲୋଚନା ଧର୍ମୀ ବ୍ୟଙ୍ଗ ପତ୍ରିକାଟି ଆଗାମୀ ଦିନରେ ବେଶ ଲୋକପ୍ରିୟ ହେବ ବୋଲି ଉପସ୍ଥିତ ଅତିଥି ମାନେ ମତବ୍ୟକ୍ତ କରିଥିବା ବେଳେ ସଂପାଦକ ରବୀନ୍ଦ୍ର ରାଉତ ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ ।

Exit mobile version