Site icon Awaj Media

ଟିକରପଡା ବନ୍ୟା ବିପନ୍ନ ଙ୍କୁ ସହାୟତା କଲା ନାରାୟଣୀ ଇଞ୍ଜିନିୟରିଂ କଲେଜ !!!

Spread the love

ଅନୁଗୁଳ ( ଆୱାଜ ମିଡ଼ିଆ ) – ଟଙ୍କଧର ଗଡ଼ନାୟକ : ଜଳ ବହୁଳେ ସୃଷ୍ଟି ନାଶ ଜଳ ବିହୁନେ ବି ସୃଷ୍ଟି ନାଶ । ଅଗଷ୍ଟ ମାସର ଲଘୁଚାଜନିତ ବର୍ଷା ଯୋଗୁଁ ସମ୍ପୂର୍ଣ୍ଣ ରାଜ୍ୟ ପ୍ରଭାବିତ ହୋଇଥିବା ବେଳେ ଅନୁଗୁଳ ଜିଲ୍ଲା ର ଟିକରପଡା ଅଞ୍ଚଳ ମଧ୍ୟ ବେଶ୍ କ୍ଷତିଗ୍ରସ୍ତ ହୋଇଥିଲା । ମହାନଦୀ ଅବବାହିକା ରେ ଥିବା ଏହି ବନ୍ୟାଞ୍ଚଳ ବାହ୍ୟ ଜଗତ ରୁ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇଯାଇଥିଲା । ଲୋକ ମାନଙ୍କର ଘର ଦ୍ଵାରା ଭାଙ୍ଗିବା ସହିତ ଚାଷ ବାସ ମଧ୍ୟ ମଧ୍ୟ ନଷ୍ଟ ହୋଇ ଯାଇଥିଲା । ଖାଦ୍ୟ ପାନୀୟ ର ଅଭାବ ରେ ଛଟ ପଟ ହେଉଥିଲେ ଲୋକେ । ତେବେ ଏଭଳି ଗମ୍ଭୀର ସମୟରେ ଅନୁଗୁଳ ଜିଲ୍ଲା ବଅଁରପାଳ ଅଞ୍ଚଳରେ ଗଢି ଉଠିଥିବା ନାରାୟଣୀ ଇଞ୍ଜିନିୟରିଂ କଲେଜର ସମ୍ପାଦକ ବିଭୁଧେନ୍ଦୁ ବଳ ଓ ନାରାୟଣୀ ଇଞ୍ଜିନିୟରିଂ କଲେଜର ଅଧ୍ୟକ୍ଷା ଶ୍ରୀମତୀ ରଶ୍ମିତାବାଳା ଗଡ଼ନାୟକ ବନ୍ୟା ବିପନ୍ନ ଙ୍କୁ ସହାୟତା କରିବା ପାଇଁ ହାତ ବଢ଼ାଇଥିଲେ । ଆଜି କଲେଜ ର ଅଧ୍ୟାପକ , ଅଧ୍ୟାପିକା ଓ ଅନ୍ୟ କର୍ମଚାରୀ ମାନେ ପହଞ୍ଚିଥିଲେ ଟିକରପଡ଼ା ଅଞ୍ଚଳ ର ବନ୍ୟା ପ୍ରଭାବିତ ଗ୍ରାମ ଗୁଡିକରେ । ଟିକରପଡା ଅଞ୍ଚଳ ର ଚାରୋଟି ଗାଁ ରାମିମୁଣ୍ଡା, ବେହେରା ସାହି, ଗଇଁନ୍ଦି ଓ ମଝିପଡ଼ା ର ୩୬୦ ପରିବାରକୁ ଶୁଖିଲା ଖାଦ୍ୟ ପ୍ରଦାନ କରିଥିଲେ । ଚୂଡ଼ା , ଗୁଡ଼, କଦଳୀ ଓ ବିସ୍କୁଟ ଭଳି ଶୁଖିଲା ଖାଦ୍ୟ ସହିତ ପିଇବା ପାଣି ମଧ୍ୟ ପ୍ରଦାନ କରିଥିଲେ । ଏହି ସହାୟତା ପ୍ରଦାନ କାର୍ଯ୍ୟକ୍ରମ କଲେଜର ଉପ-ଅଧ୍ୟକ୍ଷ ଅମୀୟ ରଞ୍ଜନ ସାହୁ , ଡେପୁଟି ଡ଼ାଇରେକ୍ଟର ଦୀପକ କୁମାର ଦେହୁରୀ , ସ୍ୱର୍ଣ୍ଣପ୍ରଭା ସିଂହ ,ଜୋସ୍ନା ପ୍ରଧାନ , ସୌମ୍ୟରଞ୍ଜନ ପଟ୍ଟନାୟକ, ସୁପ୍ରିତି ଧର , ଅଧ୍ୟାପକ ଶ୍ରୀ ହିମାଂଶୁ ପାତ୍ର, ଅଧ୍ୟାପକ ସୌମ୍ୟରଞ୍ଜନ ରାଉତ, ଅର୍ଜୁନ ବେହେରା, ଅଧ୍ୟାପିକା ଜ୍ୟୋଷ୍ନା ପ୍ରଧାନ, ଡଲଫିନ ପ୍ରଧାନ, ସସ୍ମିତା ଦାସ,ଏଲିନା ସାହୁ , ମୁଖ୍ୟ କିରାଣୀ ସୁରେଶ ଚନ୍ଦ୍ର କର , କନିଷ୍ଠ କିରାଣି ଆଦିକନ୍ଦ ସାମଲ, ଲ୍ୟାବ ଆସିଷ୍ଟାଣ୍ଟ ବୀରେନ ସାମଲ, ଆଲୋକ ରାଉତ, ଗାଡି ଚାଳକ ରାଜେନ୍ଦ୍ର ବିଶ୍ଵାଳ, ସରୋଜ ସାହୁ, କଲେଜର ପିଅନ ଗଣେଶ ଖଡ଼ିରତ୍ନ, ଉମାକାନ୍ତ ସେଠି, ଅଶ୍ବିନୀ ସାମଲ, ପ୍ରଶାନ୍ତ ଭୁକ୍ତା ଓ ସଫେଇ କର୍ମଚାରୀ ବିକାଶ ଗୋଛାୟତ, ସୁମନ୍ତ ଗୋଛାୟତ ଇତ୍ୟାଦି ଉପସ୍ଥିତ ରହି ବନ୍ୟା ବିପନ୍ନ ପରିବାର କୁ ଆଶ୍ୱସ୍ତି ଦେଇଥିଲେ ଓ ଶୁଖିଲା ଖାଦ୍ୟ ପଦାର୍ଥ ମଧ୍ୟ ପ୍ରଦାନ କରିଥିଲେ । ଏହି ବନ୍ୟା ବିପନ୍ନ ସହାୟତା ପାଇଁ ସମସ୍ତ କାର୍ଯ୍ୟକ୍ରମ କୁ ସୂଚନା ଲୋକ ସମ୍ପର୍କ ଅଧିକାରୀ ଇଂ ଶଶାଙ୍କ ଶେଖର ସାମଲ ସଠିକ ଭାବରେ ପରିଚାଳନା ଦାୟିତ୍ୱ ନେଇ କାର୍ଯ୍ୟକ୍ରମ କରିଥିଲେ ।

Exit mobile version