Site icon Awaj Media

ପେନସନର୍ସ ସଙ୍ଘ ତରଫରୁ ଅଗଷ୍ଟ ୨୫ ରେ ଇପିଏଫ ଅଫିସ ସମୁଖରେ ବିକ୍ଷୋଭ ଓ ଧାରଣା ନେଇ ପ୍ରସ୍ତୁତି ବୈଠକ !!!

Spread the love

କଟକ ସଦର ( ଆୱାଜ ମିଡ଼ିଆ ) – ଶ୍ରୀକାନ୍ତ ବେଉରା : ଇପିଏସ ୯୫ ଅନ୍ତର୍ଭୁକ୍ତ ପେନସନ ଭୋଗୀମାନଙ୍କୁ ସର୍ବନିମ୍ନ ପେନସନ ୯୦୦୦ ଟଙ୍କାକୁ ବୃଦ୍ଧି ସହିତ ଦରଦାମ ବୃଦ୍ଧିର ଭରଣା ଲାଗି ମହଙ୍ଗା ଭତ୍ତା ଦେବା ଏବଂ ସମସ୍ତ ଇପିଏଫ ପେନସନ ଭୋଗୀ ବରିଷ୍ଠ ନାଗରିକଙ୍କୁ ସରକାରୀ ସ୍ୱାସ୍ଥ୍ୟ ଯୋଜନାରେ ସାମିଲ କରି ନିଶୁକ୍ଳ ଚିକିତ୍ସା ସୁବିଧା ଯୋଗାଇ ଦେବାରେ କେନ୍ଦ୍ର ସରକାରଙ୍କ ଟାଳଟୁଳ ନୀତି ବିରୁଦ୍ଧରେ ଅଲ ଓଡିଶା ଇପିଏଫ ପେନସନର୍ସ ଆସୋସିଏସନ ଡାକରାରେ ଓଡିଶାର ସମସ୍ତ ଇପିଏଫ ଅଫିସ ଭୁବନେଶ୍ୱର, ବ୍ରହ୍ମପୁର, କେନ୍ଦୁଝର, ରାଉରକେଲା ଓ ବାଲେଶ୍ୱର ଠାରେ ଆସନ୍ତା ଅଗଷ୍ଟ ୨୫ ତାରିଖ ଦିନ ୧୧ ରୁ ଦିନ ୧ ଘଣ୍ଟା ପର୍ଯ୍ୟନ୍ତ ଶତାଧିକ ପେନସନ ଭୋଗି ଧାରଣାରେ ବସିବା ସହ ବିକ୍ଷୋଭ ସଭା ଅନୁଷ୍ଠିତ ହେବ । ସଂଘ ତରଫରୁ ଶ୍ରମମନ୍ତ୍ରୀ ଭୂପେନ୍ଦର ଯାଦବଙ୍କ ଉଦେଶ୍ୟରେ ଏକ ସ୍ମାରକପତ୍ର ଆଞ୍ଚଳିକ ଭବିଷ୍ୟନିଧି କମିଶନରଙ୍କ ଜରିଆରେ ପ୍ରଦାନ କରାଯିବ । ଭୁବନେଶ୍ୱରସ୍ଥ ଇପିଏଫ ଅଫିସ ସମୁଖରେ ବିକ୍ଷୋଭ ସଭାକୁ ସଫଳ କରିବାକୁ ଅଲ ଓଡିଶା ଇପିଏଫ ପେନସନର୍ସ ଆସୋସିଏସନ, ଖୋର୍ଦ୍ଧା ଜିଲ୍ଲା କମିଟିର ଏକ ପ୍ରସ୍ତୁତି ସଭା ବୟନିକା କର୍ମଚାରୀ ସଙ୍ଘ କାର୍ଯ୍ୟାଳୟ ଠାରେ ରାଜ୍ୟକମିଟିର ସଭାପତି ଇଂ ବିଜୟ କୁମାର ଜେନାଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି । ଖୋର୍ଦ୍ଧା ଜିଲ୍ଲା ସଭାପତି ପ୍ରଫୁଲ୍ଲ କୁମାର ଦାସ, ସମ୍ପାଦକ ମାୟାଧର ମଲ୍ଲିକ, ଓଡିଶା ରାଜ୍ୟ ନିଗମ କର୍ମଚାରୀ ମହାସଂଘର ମହାସଚିବ ସରୋଜ କାନ୍ତ ମଲ୍ଲିକ, ଉପଦେଷ୍ଟା ନଟବର ଆଚାର୍ଯ୍ୟଙ୍କ ସମେତ ସଚ୍ଚିଦାନନ୍ଦ ସାମନ୍ତରାୟ, ଗୀତାଞ୍ଜଳି ପାତ୍ର, ବିକ୍ରମ ଛୋଟରାୟ, ଲକ୍ଷ୍ମଣ ନନ୍ଦ, ପ୍ରଭାକର ପରିଡା ଓ ବିଜୟ କୁମାର ପଟ୍ଟନାୟକ ପ୍ରମୂଖ ବୈଠକରେ ଯୋଗଦାନ କରି ଆଲୋଚନାରେ ଭାଗ ନେଇଥିଲେ ।

Exit mobile version