Site icon Awaj Media

ବିଶ୍ୱ ହିନ୍ଦୁ ପରିଷଦର ପ୍ରତିଷ୍ଠା ଦିବସ ଓ ସ୍ୱାମୀ ଲକ୍ଷ୍ମଣା ନନ୍ଦ ସରସ୍ୱତୀଙ୍କ ଶ୍ରଦ୍ଧାଞ୍ଜଳି ସଭା !!!

Spread the love

କନ୍ଧମାଳ ( ଆୱାଜ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : କନ୍ଧମାଳ ଜିଲ୍ଲା ଫୁଲବାଣୀ ସଭାଗୃହ ଠାରେ ବିଶ୍ୱ ହିନ୍ଦୁ ପରିଷଦ ର ପ୍ରତିଷ୍ଠା ଦିବସ ତଥା ସ୍ୱାମୀ ଲକ୍ଷ୍ମଣl ନନ୍ଦ ସରସ୍ୱତୀଙ୍କ ଚଉଦ ତମ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଥିଲା l ଏହି ଅବସର ରେ ସକାଳେ ଏକ ବାଇକ ରାଲି ଅନୂଷ୍ଠିତ ହୋଇଥିଲା l ଆୟୋଜିତ ସଭାରେ ବିଶ୍ୱହିନ୍ଦୁ ପରିଷଦର କେନ୍ଦ୍ରୀୟ ସାଧାରଣ ସମ୍ପାଦକ ମିଳନ୍ଦ ପାରାଣ୍ଡେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ହିନ୍ଦୁ ଧର୍ମ ଓ ଗୋ ସୁରକ୍ଷା ପାଇଁ ସେ ସର୍ବଦା ସଂଗ୍ରାମ କରି ଆସୁଥିଲେ, ତାଙ୍କର ଅବର୍ତ୍ତମାନ ଆମ ସମସ୍ତଙ୍କ ପାଇଁ ଅପୂରଣୀୟ କ୍ଷତି, ଏଣୁ ସ୍ୱାମୀଜୀଙ୍କ ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହେବା ପାଇଁ ଆହ୍ୱାନ ଦେଇଥିଲେ l ସେହିପରି ମୁଖ୍ୟ ବକ୍ତା ଭାବେ କ୍ଷେତ୍ରୀୟ ସହ ସମ୍ପାଦକ ଗୌରୀ ପ୍ରସାଦ ବ୍ରହ୍ମ ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ କ୍ଷେତ୍ରୀୟ ସଂଗଠନ ସମ୍ପାଦକ ସପନ ଚକ୍ରବର୍ତ୍ତୀ , ଓଡିଶା ପୂର୍ବ ସଂଗଠନ ସମ୍ପାଦକ ସ୍ୱାମୀ ଜୀଵନ ମୁକ୍ତାନନ୍ଦ ପୁରୀ, ଶରତ ଚନ୍ଦ୍ର ପ୍ରଧାନ ପ୍ରମୁଖ ଯୋଗ ଦେଇ ସ୍ୱାମୀଜୀଙ୍କ ସ୍ମରଣ କରିଥିଲେ l ଏହି ଶ୍ରଦ୍ଧାଞ୍ଜଳି ସଭାରେ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ବିଏଚପି , ଏବିଭିପି, ବିଜେପି କର୍ମୀ ଓ ଅନ୍ୟମାନେ ଯୋଗ ଦେଇଥିଲେ l

Exit mobile version