Site icon Awaj Media

ନୟାଗଡ଼ ମ୍ୟୁନିସିପାଲଟି ର ଗୁମର // ଭାଗ – ୪ !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ଭୁଲ ତଥ୍ୟ ଦେବାରେ ନୟାଗଡ଼ ମ୍ୟୁନିସିପାଲଟି ଓସ୍ତାଦ ପାଲଟିଥିବା ନେଇ ସାଧାରଣରେ ଜୋର ଧରିଛି ଆଲୋଚନା । ନୟାଗଡ଼ ବରପୁତ୍ର ମାନଙ୍କ ସମ୍ପର୍କରେ ସାଧାରଣରେ ଭୁଲ ତଥ୍ୟ ଉପସ୍ଥାପନା ନେଇ ସୃଷ୍ଟି ହୋଇଛି ପ୍ରତିକ୍ରିୟା । ନୟାଗଡ଼ ମାଟିର ବରପୁତ୍ର ମାନଙ୍କ ସମ୍ପର୍କରେ ସଠିକ ତଥ୍ୟ ନାହିଁ ନୟାଗଡ଼ ମ୍ୟୁନିସିପାଲଟି ନିକଟରେ , ନା ଅଛି ଜିଲ୍ଲା ସଂସ୍କୃତି ବିଭାଗ ନିକଟରେ । ଜିଲ୍ଲାର ବରପୁତ୍ର ମାନଙ୍କ ସମ୍ପର୍କରେ ଭୁଲ ତଥ୍ୟ ଦେଇ ଗବେଷକ ମାନଙ୍କ ମନରେ ଆଘାତ ଦେଉଥିବା ରୁ ଗବେଷକ ମାନେ କ୍ଷୋଭ ପ୍ରକାଶ କରିଛନ୍ତି । ଆଜିକାଲିର ପ୍ରାୟତଃ ଯୁବପିଢି ଆମର ସଂସ୍କୃତି, ଇତିହାସ, ସାହିତ୍ୟ ସମ୍ପର୍କରେ ଅଜ୍ଞ ଥିବାବେଳେ ବିଭିନ୍ନ ସ୍ଥାନରେ ପ୍ରତିମୂର୍ତ୍ତି ପ୍ରତିଷ୍ଠା କରାଯାଇଥିବା ବରପୁତ୍ର ମାନଙ୍କ ସମ୍ପର୍କରେ ନଜାଣି ଭୁଲ ତଥ୍ୟ ପ୍ରଦାନ କରିବା ଅକ୍ଷମଣୀୟ ବୋଲି ଗବେଷକମାନେ ମତ ଦେଉଛନ୍ତି । ନୟାଗଡ଼ ମାଟି ର ଗର୍ବ ଓ ଗୌରବ ଓଡ଼ିଶାର ଘରେ ଘରେ ଉତ୍କଳ ଘଣ୍ଟ ନାମରେ ପରିଚିତ ମହାନ୍ ହାସ୍ୟ କବି ଯଦୁମଣିଙ୍କ ସମ୍ପର୍କରେ ଭୁଲ୍ ତଥ୍ୟ ଦେବା ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଛି । ଉତ୍କଳ ଘଣ୍ଟ ଯଦୁମଣି ୧୭୮୧ ମସିହା ଜାନୁଆରୀ ୮ ରେ ଜନ୍ମ ଗ୍ରହଣ କରିଥିବା ବେଳେ ଜୁଲାଇ ୨ ତାରିଖ ୧୮୬୬ ମସିହା ଶ୍ରୀ ଗୁଣ୍ଡିଚା ଦିନ ଇହଧାମ ତ୍ୟାଗ କରିଥିଲେ । ନୟାଗଡ଼ ଜଗନ୍ନାଥ ମନ୍ଦିର ନିକଟରେ ମ୍ୟୁନିସିପାଲଟି ଦ୍ବାରା ସ୍ଥାପିତ ଯଦୁମଣିଙ୍କ ପ୍ରତିମୂର୍ତ୍ତି ରେ ୧୮୯୯ ମସିହାରେ ମୃତ୍ୟୁ ବରଣ କରିଥିବା ଭୁଲ ତଥ୍ୟ ପ୍ରଦାନ କରାଯାଇ ଯଦୁମଣି ଙ୍କ ସହ ଓଡିଶା ବାସୀଙ୍କୁ ଉପହାସ କରାଯାଉଥିବା ଚର୍ଚ୍ଚା ହେଉଛି । ଏହି ସ୍ଥାନରୁ ପୂର୍ବରୁ ଯଦୁମଣି ଙ୍କ ପ୍ରତିମୂର୍ତ୍ତି ଚୋରି ହୋଇଥିବା ବେଳେ ବରପୁତ୍ର ଙ୍କ ପ୍ରତିମୂର୍ତ୍ତି କୁ କିଏ, କାହିଁକି ଚୋରି କରିନେଲା ତାର କିଛି ଖୋଜ ଖବର ଜନସାଧାରଣ ପାଇ ପାରି ନଥିବା ବେଳେ ମ୍ୟୁନିସିପାଲଟି ନୂତନ ପ୍ରତିମୂର୍ତ୍ତି ସ୍ଥାପନ କରିବା ସହ ଭୁଲ୍ ତଥ୍ୟ ପ୍ରଦାନ କରି ଜନସାଧାରଣଙ୍କୁ ବିଭ୍ରାନ୍ତ କରିଥିବାରୁ ସାଧାରଣ ରେ ଅସନ୍ତୋଷ ପ୍ରକାଶ ପାଇଛି …. କ୍ରମଶଃ

Exit mobile version