Site icon Awaj Media

କଟକ ର ବିପର୍ଯ୍ୟସ୍ଥ ରାସ୍ତାଘାଟ ଅବସ୍ଥା କୁ ବିରୋଧ କରି ସୁବାଷ ସଂଗଠନ ତରଫରୁ ପଥ ସତ୍ୟାଗ୍ରହ !!!

Spread the love

କଟକ ( ଆୱାଜ ମିଡ଼ିଆ ) – ଅମ୍ରିତା ପଟ୍ଟନାୟକ : କଟକ ସହର ର ବିପର୍ଯ୍ୟସ୍ଥ ରାସ୍ତାଘାଟ ଅବସ୍ଥା କୁ ବିରୋଧ କରି ସୁଭାଷ ସଂଗଠନ ତରଫରୁ ଆଜି ପଥ ସତ୍ୟାଗ୍ରହ କରାଯାଇଛି । ସହର ଉନ୍ନତିର ନାରା ଦେଇ ନିର୍ବାଚନ ଜିତିବା ପରେ ଶୋଇ ରହିଥିବା ବିଧାୟକ, ହଜି ଯାଇଥିବା ସାଂସଦ, ନବ ନିର୍ବାଚିତ ମେୟର ଓ ଜିଲ୍ଲାପାଳଙ୍କ ଉପରେ ଲୋକଙ୍କ ଦୁରାବସ୍ଥାର ପ୍ରଭାବ ପଡୁନାହିଁ ବୋଲି ଅଭିଯୋଗ ଆଣିଛନ୍ତି ସତ୍ୟାଗ୍ରହକାରୀ । ଆଗକୁ କଟକ ର ବିଭିନ୍ନ ସ୍ଥାନ ରେ ପଥ ସତ୍ୟାଗ୍ରହ କରାଯିବ, ଆଗକୁ ପରିସ୍ଥିତି ନ ସୁଧୁରିଲେ ସୁବାଷ ସଂଗଠନ ଆହୁରି ତୀବ୍ର ପ୍ରତିବାଦ କରିବ ବୋଲି ସୂଚନା ମିଳିଛି ।

Exit mobile version