ନବ ନିର୍ବାଚିତ ସମିତି ସଭ୍ୟଙ୍କ ପ୍ରାରମ୍ଭିକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିର ଜିଲ୍ଲା ପଞ୍ଚାୟତ ସମ୍ବଳ କେନ୍ଦ୍ର ଠାରେ ସମିତି ସଭ୍ୟଙ୍କ ପ୍ରାରମ୍ଭିକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ଏହା ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ପ୍ରତିଷ୍ଠାନର ସହଯୋଗରେ ଚାଲିଛି । ମୋହନା ଓ କାଶୀ ନଗର ବ୍ଳକର ସମିତି ସଭ୍ୟ ସଭ୍ୟା ମାନଙ୍କୁ ତାଲିମ ପ୍ରଦାନ କରାଯାଇଛି । ଜନ ପ୍ରତିନିଧି ମାନଙ୍କୁ ଦାୟିତ୍ବ ଓ କର୍ତ୍ତବ୍ୟ ଉପରେ ତା ସହିତ ସରକାରଙ୍କର ବିଭିନ୍ନ ଯୋଜନା ବିଷୟରେ ଅବଗତ କରାଇ ସେମାନଙ୍କର ମତାମତ ମଧ୍ୟ ନିଆଯାଉଛି । ସେମାନଙ୍କର କିପରି ଦକ୍ଷତା ବୃଦ୍ଧି ହୋଇ ପାରିବ ତା ଉପରେ ତାଲିମ ପ୍ରଦାନ କରାଯାଉଛି । ତିନି ଦିନ ଧରି ଏହି ତାଲିମ ଶିବିର ଚାଲୁ ରହିବ । ଜନ ପ୍ରତିନିଧି ମାନଙ୍କୁ ତାଲିମ ଦେଉଛନ୍ତି ବିଜୟ କୁମାର ମହାପାତ୍ର ଓ ବିଷ୍ଣୁ ପ୍ରିୟା ମହାନ୍ତି । ଉକ୍ତ କାର୍ଯ୍ୟକ୍ରମ ପରିଚାଳକ ଦକ୍ଷତା ବିକାଶ ଦେବେନ୍ଦ୍ର କୁମାର କର ଙ୍କ ଦ୍ଵାରା ପରିଚାଳିତ ହେଉଥିବା ବେଳେ ବିଭିନ୍ନ ବିଭାଗୀୟ ଅଧିକାରୀ ଆସି ସରକାରଙ୍କ ଯୋଜନା ଉପରେ ଅବଗତ କରାଉଛନ୍ତି ।

Leave a Reply

Your email address will not be published. Required fields are marked *