ନିଶ୍ଚିନ୍ତକୋଇଲି ( ଆୱାଜ ମିଡ଼ିଆ ) – ଡମ୍ବରୁଧର ବେହେରା : କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ତହସିଲ ଅଧିନସ୍ଥ ନେମାଳ ଥାନା ଦାଉଦପୁର ପଞ୍ଚାୟତ ଜଗନ୍ନାଥପୁର ୮ ନମ୍ବର ଓ୍ୟାର୍ଡ ର ସରକାରୀ ଗ୍ରାମ୍ୟ ରାସ୍ତା କୁ କିଛି ବ୍ୟକ୍ତି ଦୀର୍ଘ ଦିନରୁ ଅବରୋଧ କରି ରଖି ନିଜର ସ୍ଥାୟୀ ଘର ନିର୍ମାଣ କରିବା ସହିତ ବର୍ଷା ପାଣି ନିଷ୍କାସନ ପାଇଁ ରହିଥିବା ନାଳ ଓ ପୋଖରୀ କୁ ଅବରୋଧ କରିଥିଲେ । ଫଳରେ ପାଣି ନିଷ୍କାସନ ହୋଇ ନପାରି ଲୋକମାନେ ଜଳବନ୍ଦୀ ର ଶୀକାର ହେଉଥିଲେ । ତେଣୁ ସ୍ଥାନୀୟ କିଛି ଲୋକଙ୍କ ଅଭିଯୋଗ କ୍ରମେ ତହସିଲ ଓ ପୋଲିସ ପ୍ରଶାସନ ର ସହାୟତା ରେ ଜବରଦଖଲ କୁ ଉଛେଦ କରାଯାଇଛି । ଏହି ଉଛେଦ ପ୍ରକିୟାରେ ଏକ ପ୍ଲାଟୁନ ପୋଲିସ ଫୋର୍ସ ସହ ଗୋଟିଏ ସେକ୍ସନ ମହିଳା ଫୋର୍ସ ନିୟୋଜିତ ହୋଇଥିବା ବେଳେ , ସାଲେପୁର ଏସଡିପିଓ ବିମଳ କୁମାର ବାରିକ, ନେମାଳ ଥାନା ଅଧିକାରୀ ଉମେଶ ଚନ୍ଦ୍ର ସାହୁ, ନରେନ୍ଦ୍ରପୁର ଫାଣ୍ଡି ଅଧିକାରୀ ଗୈାରାଙ୍ଗ ବିଶ୍ବାଳ ଙ୍କ ସମେତ ନିଶ୍ଚିନ୍ତକୋଇଲି ଅତିରିକ୍ତ ତହସିଲଦାର କ୍ରୀଷ୍ଣା ପାଢ଼ୀ ଉପସ୍ଥିତ ଥିଲେ ।
ଗ୍ରାମ୍ୟରାସ୍ତା ରୁ ଜବର ଦଖଲ ଉଚ୍ଛେଦ !!!

