Site icon Awaj Media

ରାଜପଥରେ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହେଲା ଆମ୍ବୁଲାନ୍ସ !!!

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ସୁକିନ୍ଦା ବିଜେପି କାର୍ଯ୍ୟାଳୟ ସାମ୍ନା ମୁଖ୍ୟ ରାଜପଥରେ ଦୁର୍ଘଟଣାରେ ଆମ୍ବୁଲାନ୍ସ ଡ୍ରାଇଭର ଗୁରୁତର ଆହତ . କଟକ ସୂତାହାଟ ବାସିନ୍ଦା ନରେଶ ବେହେରା ଆମ୍ବୁଲାନ୍ସରେ ଗୁରୁବାର ସକାଳ ସମୟରେ ଏକ ମର ଶରୀର ଆଣି ମହୁଲଖାଲରେ ଚାନ୍ଦୁ ମୂର୍ମୁଙ୍କ ଘରେ ମର ଶରୀର ହସ୍ତାନ୍ତର କରି କଟକ ଫେରୁଥିଲେ . ସୁକିନ୍ଦା ବିଜେପି କାର୍ଯ୍ୟାଳୟ ସାମ୍ନା ମୁଖ୍ୟ ରାଜପଥରେ ଆମ୍ବୁଲାନ୍ସ ଟି ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇ ଆମ୍ବୁଲାନ୍ସ ଡ୍ରାଇଭର ଗୁରୁତର ଆହତ ହୋଇଥିବା ବେଳେ ସ୍ଥାନୀୟ ଲୋକ ମାନଙ୍କ ଦ୍ଵାରା ଆମ୍ବୁଲାନ୍ସ ଡ୍ରାଇଭର ଙ୍କୁ ଉଦ୍ଧାର କରି ସୁକିନ୍ଦା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇ ପ୍ରାଥମିକ ଚିକିତ୍ସା କରାଯାଇଥିବା ଦେଖିବାକୁ ମିଳିଛି .

Exit mobile version