Site icon Awaj Media

ପୋଲ ଉପରେ ତିନି ଫୁଟ ପାଣି : ବାଇକ୍ ଆରୋହୀ ଭାସିଗଲେ – ମୃତ ଦେହ ଉଦ୍ଧାର !!!

Spread the love

କନ୍ଧମାଳ ( ଆୱାଜ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : ଲଘୁଚାପ ପ୍ରଭାବରେ ପ୍ରବଳ ବର୍ଷା ଲାଗି ରହିଛି l ବୁଧବାର ରାତ୍ରରେ ଫୁଲବାଣୀ ସହରରେ ଥିବା ଡାକପାଲା ପୋଲ ଉପରେ ତିନି ଫୁଟ ପାଣି ବହୁଥିଲା । ଅସାବଧାନତା ଯୋଗୁଁ ଜଣେ ବାଇକ୍ ଆରୋହୀ ଭାସି ଯାଇଥିଲେ । ଖବର ପାଇବା ପରେ ତୁରନ୍ତ ଅଗ୍ନିଶମ ବିଭାଗ ଏବଂ ଟିମ୍ ହ୍ୟୁମାନିଟି କନ୍ଧମାଳ ସଦସ୍ୟ ଉକ୍ତ ବ୍ୟକ୍ତି ଙ୍କୁ ଖୋଜିବାକୁ ଆରମ୍ଭ କରିଥିଲେ । କିନ୍ତୁ ପାଣିର ସୁଅ ଅଧିକ ଥିବାରୁ କାଲି ରାତି ପର୍ଯ୍ୟନ୍ତ ତାଙ୍କର କିଛି ପତ୍ତା ମିଳିପାରି ନଥିଲା । ଗୁରୁବାର ସକାଳୁ ପୁଣି ଅଗ୍ନିଶମ କର୍ମଚାରୀ ଏବଂ ଟିମ୍ ହ୍ୟୁମାନିଟି କନ୍ଧମାଳ ର ସଦସ୍ୟଙ୍କ ମିଳିତ ଉଦ୍ୟମରେ ଉଦ୍ଧାର କାର୍ଯ୍ୟ ଜାରି ରହିଥିଲା । ବହୁତ ଚେଷ୍ଟା ଆଉ ଉଦ୍ୟମ ପରେ ତୁଡିପାଜୁ ପଞ୍ଚାୟତ କଲାମ୍ବୁର ଗ୍ରାମ ନିକଟସ୍ଥ ନଦୀ କୂଳ କଥାପୋଲ ଠାରେ ଉକ୍ତ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇ ଥିବାବେଳେ ମୃତ ବ୍ୟକ୍ତି ଜଣକ ଡାକପାଲା ଘଟାଲ ସାହିର ନିରଞ୍ଜନ ଘଟାଲ ଙ୍କ ପୁଅ ତାପସ ଘଟାଲ ! ଏହି ଅଭାବନୀୟ ଘଟଣାରେ ପରିବାର ଏବଂ ଗ୍ରାମବାସୀଙ୍କ ମଧ୍ୟରେ ଶୋକ ର ଛାୟା ଖେଳିଯାଇଛି l

Exit mobile version