Site icon Awaj Media

ମିଶନ ଜୀବିକା ପକ୍ଷରୁ ଧାନ କଳ ଓ ଚୂନା କଳ ବଣ୍ଟନ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ରାୟଗଡ ବ୍ଳକ ର 20 ଗୋଟି ସ୍ୱୟଂ ସହାୟକ ଗୋଷ୍ଠୀ କୁ ପାରଳାଖେମୁଣ୍ଡି ଆଦିବାସୀ ଉନ୍ନୟନ ସଂସ୍ଥାର ମିଶନ ଜୀବିକା ପକ୍ଷରୁ 12 ଗୋଟି ଧାନ କଳ ଓ 8 ଗୋଟି ଚୂନା କଳ ବଣ୍ଟନ କରାଯାଇଛି । ଏହି କାର୍ଯ୍ୟକ୍ରମ କୁ ବ୍ଳକ ଅଧ୍ୟକ୍ଷ। ପୂର୍ଣ୍ଣବାସୀ ନାୟକ ପ୍ରଦୀପ ପ୍ରଜ୍ବଳନ କରି ଶୁଭ ଉଦଘାଟନ କରିଥିଲେ . ଏହି କାର୍ଯ୍ୟକ୍ରମ ରେ ଆଦିବାସୀ ଉନ୍ନୟନ ପ୍ରକଳ୍ପ ପ୍ରଶାସକ ଫାଲଗୁନି ମାଝି, ରାୟଗଡ ବ୍ଳକର ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ , ମିଶନ ଶକ୍ତିର ଜିଲ୍ଲା ପ୍ରକଳ୍ପ ସଂଯୋଜକ ରଶ୍ମିରଞ୍ଜନ ସେଠୀ, ଉଦ୍ୟାନ ବିଭାଗ କୃଷି ଉପ ନିର୍ଦ୍ଦେଶକ ସୁଶାନ୍ତ କୁମାର ଦାସ, ଜିଲ୍ଲା ଶିଳ୍ପ ତାଲିମ କେନ୍ଦ୍ର ପରିଚାଳକ ପ୍ରମୁଖ ଉପସ୍ଥିତ ରହି ଧାନ କଳ ଓ ଚୂନା କଳ ବଣ୍ଟନ କରାଯାଇଥିଲା . ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଲା ସେମାନଙ୍କର ସାମାଜିକ ଓ ଅର୍ଥନୈତିକ ଅଭିବୃଦ୍ଧି ହେବା ସହ ସେମାନେ ସମାଜର ମୁଖ୍ୟ ସ୍ରୋତରେ ପହଞ୍ଚି ପାରି ସେମାନେ ଆତ୍ମ ନିର୍ଭରଶୀଳ ହୋଇ ପାରିବେ। ପରେ ଉଦ୍ୟାନ ବିଭାଗ ପକ୍ଷରୁ ସ୍ୱୟଂ ସହାୟକ ଗୋଷ୍ଠୀ ମାଆ ମାନଙ୍କୁ ଆମ୍ବ ଚାରା ବଣ୍ଟନ କରାଯାଇଥିଲା । ଏହି ଭଳି କାର୍ଯ୍ୟକ୍ରମ କୁ ଅଞ୍ଚଳବାସୀ ପ୍ରଶଂସା କରିଛନ୍ତି ।

Exit mobile version