Site icon Awaj Media

ସୁକିନ୍ଦା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ମନ୍ତ୍ରୀ ପ୍ରୀତିରଞ୍ଜନ ଘଡାଇ !!!

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ଜିଲ୍ଲା ଖଣିଜ ପାଣ୍ଠି ରୁ ଆର ଆଣ୍ଡ ବି ବିଭାଗ ଦ୍ଵାରା 12 କୋଟି ଟଙ୍କା ବ୍ୟୟ ଅଟକଳରେ ସୁକିନ୍ଦା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ନିର୍ମାଣ ହେବାକୁ ଯାଉଛି ଦୁଇଟି ଷ୍ଟାଫ କ୍ୱାର୍ଟର , ଓଟି ଏବଂ ଆଇସିୟୁ . ସେନେଇ ଆଜି ସୁକିନ୍ଦା ଗୋଷ୍ଠି ସ୍ଵାସ୍ଥ୍ୟ କେନ୍ଦ୍ର ପରିସରରେ ଆୟୋଜିତ ଏକ ଉତ୍ସବରେ ସୁକିନ୍ଦା ବିଧାୟକ ତଥା ମନ୍ତ୍ରୀ ପ୍ରୀତିରଞ୍ଜନ ଘଡେଇ ମୁଖ୍ୟ ଅତିଥି ଭାବେ ଯୋଗଦେଇ ନୂତନ ଭାବେ ନିର୍ମାଣ ହୋଇଥିବା ଦୁଇଟି ଷ୍ଟାଫ କ୍ୱାର୍ଟର ଗୃହକୁ ଉଦଘାଟନ କରିଥିବା ବେଳେ ନୂତନ ଭାବେ ନିର୍ମାଣ ହେବାକୁ ଥିବା ଆଉ ଦୁଇ ଟି ଷ୍ଟାଫ କ୍ୱାର୍ଟର , ଆଇସିୟୁ ଏବଂ ଓଟି ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି . ଆଗାମୀ ଦିନ ରେ ସୁକିନ୍ଦା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ପୋଷ୍ଟମୋର୍ଟମ ଗୃହ ,ଶିଶୁରୋଗ ବିଭାଗ ଏବଂ ସ୍ତ୍ରୀ ଓ ପ୍ରସୂତି ବିଭାଗ ଏବଂ ମେଡିକାଲ ପରିସର ଭିତରେ 24 ଘଣ୍ଟିଆ ଔଷଧ ବିତରଣ କେନ୍ଦ୍ର ଖୋଲାଯିବାର ବ୍ୟବସ୍ଥା କରାଯିବ ବୋଲି ମନ୍ତ୍ରୀ ତଥା ସ୍ଥାନୀୟ ବିଧାୟକ ପ୍ରୀତିରଞ୍ଜନ ଘଡେଇ ସୂଚନା ଦେଇଛନ୍ତି , ଏହି ଉଦଘାଟନୀ ଉତ୍ସବରେ ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ପ୍ରତାପ କେଶରୀ ପଟନାୟକ , ବ୍ଲକ ଅଧକ୍ଷ ଦିବ୍ୟ ରଞ୍ଜନ ବରାଳ , ଉପାଧକ୍ଷା ଭାଗ୍ୟଲଷ୍ମୀ ରାଉତ , ମେଡିକାଲ ଅଫିସର ଜୟଦେବ ନନ୍ଦ ପ୍ରମୁଖ ଯୋଗ ଦେଇଥିଲେ ।

Exit mobile version