Site icon Awaj Media

ହିନ୍ଦୁ ସୁରକ୍ଷା ମଞ୍ଚ ପକ୍ଷରୁ ବୈଠକ : ଏସପିଙ୍କୁ ଲିଖିତ ଅଭିଯୋଗ ଦେବା ଉପରେ ଗୁରୁତ୍ୱାରୋପ !!!

Spread the love

କନ୍ଧମାଳ ( ଆୱାଜ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : ହିନ୍ଦୁ ସୁରକ୍ଷା ମଞ୍ଚର ଆହ୍ବାନରେ ହିନ୍ଦୁ ସମାଜକୁ ଏକତ୍ରୀତ କରି ହିନ୍ଦୁ ସମାଜକୁ ଜାଗ୍ରତ କରିବା ଉଦ୍ଦେଶ୍ୟରେ ସାରଙ୍ଗଗଡଠାରେ ଏକ ବୈଠକ ପୁଣି ଅନୁଷ୍ଠିତ ହୋଇ ଯାଇଛି । ଗତ ୯ ତାରିଖରେ କନ୍ଧମାଳ ଜିଲ୍ଲାପାଳଙ୍କ ଅଫିସ ସାମ୍ନାରେ ହିନ୍ଦୁ ସମାଜର ଧର୍ମଗୁରୁ ପୂଜ୍ୟ ଜଗତଗୁରୁ ଶଙ୍କରାଚାର୍ଯ୍ୟ ସ୍ବାମୀ ନିଶ୍ଚଳାନନ୍ଦ ସରସ୍ବତୀଜୀଙ୍କ କୁଶ ପୁତ୍ତଳିକା ଦାହ କରିବା ଦ୍ବାରା ସମ୍ପୂର୍ଣ୍ଣ ହିନ୍ଦୁ ସମାଜ, ହିନ୍ଦୁ ଧର୍ମ, ହିନ୍ଦୁ ଧର୍ମାବଲମ୍ବୀ ମାନଙ୍କ ହୃଦୟ ଏବଂ ସମ୍ମାନରେ କୁଠାରଘାତ ଲାଗିଛି । ଏଣୁ ଯଥାଶୀଘ୍ର ଏହି ଘଟଣା ଘଟାଇଥିବା ବ୍ୟକ୍ତି ମାନଙ୍କ ବିରୁଦ୍ଧରେ ଏକ ସପ୍ତାହ ମଧ୍ୟରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରାଯାଇଛି । ଏନେଇ ଜିଲ୍ଲାପାଳ ଏବଂ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କୁ ଲିଖିତ ଅଭିଯୋଗ ଦେବାକୁ ଉକ୍ତ ବୈଠକରେ ସ୍ଥିର କରାଯାଇଛି । ଏଥିସହ ପ୍ରତ୍ୟେକ ଥାନାରେ ସେମାନଙ୍କ ବିରୋଧରେ ମଧ୍ୟ କେଶ କରାଯିବାକୁ ସ୍ଥିର କରାଯାଇଛି । ପରେ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ ଜିଲ୍ଲା କାର୍ଯ୍ୟବାହ ଅରବିନ୍ଦ ପ୍ରଧାନ ଓ ହିନ୍ଦୁ ଜାଗରଣ ସମନ୍ୱୟ ସମିତିର ଜିଲ୍ଲା ସଂଯୋଜକ ଗୁରୁରାମ ପାତ୍ର, ଉପଦେଷ୍ଟା ମଣ୍ଡଳୀର ପବିତ୍ର କହଁର, ଭୀମସେନ ପ୍ରଧାନ, ଦିନବନ୍ଧୁ ପ୍ରଧାନ, ଅବନେଶ୍ବର ପ୍ରଧାନ, ବାସୁଦେବ ପ୍ରଧାନ, ସୁଶାନ୍ତ ପ୍ରଧାନ, ମାୟାବନ୍ଧୁ ପ୍ରଧାନ, ତିଲେଶ୍ବର ପ୍ରଧାନ, ଉମେଶ ଚନ୍ଦ୍ର ପ୍ରଧାନ, ଲଳିତ ପ୍ରଧାନ, ସତ୍ୟଭାମା ପ୍ରଧାନ ପ୍ରମୁଖଙ୍କ ସମେତ ବହୁ ହିନ୍ଦୁ ଧର୍ମାବଲମ୍ବୀ ଉପସ୍ଥିତ ଥିବାବେଳେ ବୈଠକକୁ ହିନ୍ଦୁ ସୁରକ୍ଷା ମଞ୍ଚର ଜିଲ୍ଲା ସଂଯୋଜକ ମାନଗୋବିନ୍ଦ ପ୍ରଧାନ ପରିଚାଳନା କରିଥିଲେ ।

Exit mobile version