Site icon Awaj Media

ଶ୍ରୀ ଜଗନ୍ନାଥଙ୍କ ପ୍ରିୟ ଭୋଗ ଅସୁରେଶ୍ଵର ର ପ୍ରସିଦ୍ଧ ସପ୍ତପୁରୀ !!!

Spread the love

ନିଶ୍ଚିନ୍ତକୋଇଲି ( ଆୱାଜ ମିଡ଼ିଆ ) – ଡମ୍ବରୁଧର ବେହେରା : ଓଡ଼ିଶାରେ ବାରମାସରେ ତେର ପର୍ବ ପାଳିତ ହୋଇଥାଏ । ସେଥିମଧ୍ୟରୁ ଭାଦ୍ରବ ମାସର ସପ୍ତପୁରୀ ଅମାବାସ୍ୟା ଅନ୍ୟତମ । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ୫୬ ଭୋଗ ମଧ୍ୟରୁ ସପ୍ତପୁରୀ ଭୋଗ ଅନ୍ୟତମ । ଯାହାକି ସପ୍ତପୁରୀ ଅମାବାସ୍ୟା ଦିନ ମହାପ୍ରଭୁ ଙ୍କ ନିକଟରେ ସପ୍ତପୁରୀ ଭୋଗ ଲାଗି କରାଯାଇଥାଏ । ଏହି ସପ୍ତପୁରୀ ପ୍ରସ୍ତୁତ ପାଇଁ କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ଅନ୍ତର୍ଗତ ଅସୁରେଶ୍ଵର ପ୍ରସିଦ୍ଧ ଅଟେ । କାହିଁ କାଳରୁ ଏହି ଅସୁରେଶ୍ଵର ଅଞ୍ଚଳରେ ସପ୍ତପୁରୀ ଅମାବାସ୍ୟା ତିଥିରୁ ଏଠାରେ ନିଆରା ସପ୍ତପୁରୀ ପ୍ରସ୍ତୁତି କରି ବିକ୍ରୀ କରାଯାଏ । ପ୍ରଥମେ ଅସୁରେଶ୍ଵର ଆରାଧ୍ୟା ଦେବତା ପ୍ରଭୁ ଶ୍ରୀ ଶ୍ରୀ ଦଧିବାମନଜୀଉ ଙ୍କ ନିକଟରେ ସପ୍ତପୁରୀ ଲାଗି କରାଯାଏ । ଏହି ସପ୍ତପୁରୀ ପ୍ରସ୍ତୁତ କରିବା ପାଇଁ ମଇଦା, ତେଲ , ଗୁଆଘିଅ ,ଖିରଛେନା, ନଡ଼ିଆ ରସ , ଚିନି, ଖୁଆ, କାଜୁ, ଖିସିମିସ୍, ଗୁଜୁରାତି, ଲବଙ୍ଗ ଆଦି ଦେଇ ପ୍ରସ୍ତୁତ କରାଯାଇଥାଏ । ଏହି ସପ୍ତପୁରୀ ଖାଇବା ପାଇଁ ଯେତିକି ସ୍ବାଦିଷ୍ଟ ଲାଗିଥାଏ , ଦେଖିବାପାଇଁ ମଧ୍ୟ ସେମିତି ସୁନ୍ଦର ହୋଇଥାଏ । ସପ୍ତପୁରୀ ନେବା ପାଇଁ କଟକ ଜିଲ୍ଲା ସମେତ ପଡୋଶୀ କେନ୍ଦ୍ରାପଡ଼ା, ଜଗତସିଂହପୁର ଜିଲ୍ଲାର ମାନଙ୍କରୁ ଲୋକମାନେ ଆସି ନେଇଥାନ୍ତି । ଆଜି ସପ୍ତପୁରୀ ଅମାବାସ୍ୟା ଥିବା ରୁ ଅସୁରେଶ୍ଵର ଅଞ୍ଚଳ ର ସମସ୍ତ ଜଳଖିଆ ଦୋକାନ ରେ ସପ୍ତପୁରୀ ନେବାପାଇଁ ଢେର ଭିଡ଼ ଦେଖିବାକୁ ମିଳିଛି । ଏହି ସପ୍ତପୁରୀ ଅମାବାସ୍ୟା ଠାରୁ କୁମାର ପୂର୍ଣ୍ଣିମା ପର୍ଯ୍ୟନ୍ତ ପ୍ରସ୍ତୁତି କରାଯାଇଥାଏ ।

Exit mobile version