ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : କ୍ରୀଡା ଭାରତୀ ବାଣପୁର – ବାଲୁଗାଁ ଶାଖା ଦ୍ୱାରା ବାଣପୁର ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ଜାତୀୟ କ୍ରୀଡା ଦିବସ ପାଳିତ ହୋଇଯାଇଛି l ଉକ୍ତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଗୋଦାବରୀଶ ମହାବିଦ୍ୟାଳୟ ର ଅବସର ପ୍ରାପ୍ତ କ୍ରୀଡା ଶିକ୍ଷକ ବୈରାଗୀ ଚରଣ ବଳ ଯୋଗ ଦେଇ କ୍ରୀଡା ଦିବସ ର ମହତ୍ଵ ଦ୍ୱାରା ଜୀବନ ଶୈଳି ସହିତ କ୍ରୀଡା ର ଆବଶ୍ୟକତା ଉପରେ ଆଲୋଚନା କରିଥିଲେ l ଏହି ଆଲୋଚନା ଚକ୍ରରେ ଗ୍ରାମୀଣ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର କ୍ରୀଡା ପ୍ରଶିକ୍ଷକ ବିଭୁଧେନ୍ଦୂ ମାନସିଂହ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିବା ବେଳେ ନିଖିଲ ରାଉତ ଓ ସମିକ୍ଷା ଗଡନାୟକ କାର୍ଯ୍ୟକ୍ରମ କୁ ପରିଚଳାନା କରିଥିଲେ l ଉକ୍ତ ସଭାରେ ଶିଶୁମନ୍ଦିର ର ସମସ୍ତ ଗୁରୁଜୀ, ଗୁରୁମା ଓ ଛାତ୍ରଛାତ୍ରୀ ମାନେ ଉପସ୍ଥିତ ଥିଲେ l
ବାଣପୁର ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ଜାତୀୟ କ୍ରୀଡା ଦିବସ ପାଳନ !!!

