ଜଗଦଗୁରୁ ଶ୍ରୀ କୃପାଳୁ ମହାରାଜଙ୍କ ଜନ୍ମ ଶତବର୍ଷିକୀ ଉପଲକ୍ଷେ କୃପାଳୁ ଶିଶୁ ସାହିତ୍ୟ ଆସର !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ବିଶ୍ଵର ପଞ୍ଚମ ଜଗଦଗୁରୁ ଶ୍ରୀ କୃପାଳୁ ମହାରାଜଙ୍କ ଜନ୍ମ ଶତବର୍ଷିକୀ (1922 – 2022) ଉପଲକ୍ଷେ ବାଳ ମୁକୁନ୍ଦ କେନ୍ଦ୍ର ଉପସ୍ଥାପନା କରିଥିବା ଭ୍ରାମ୍ୟମାଣ କୃପାଳୁ ଶିଶୁ ସାହିତ୍ୟ ଆସର ବେଗନ ପାର୍କ, ବେତାଗୁଡା, ଗଜପତି ଠାରେ ଚଳିତ ମାସ ଶେଷ ରବିବାର ଅପରାହ୍ନରେ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମର ଆୟୋଜକ ପ୍ରକୃତି, ଶିଶୁ ଓ ସାହିତ୍ୟ ପ୍ରେମୀ ଦୁର୍ଗପତି ଜୁରିଆ ବେହେରା ଯାହାଙ୍କର ପ୍ରଚେଷ୍ଟାରେ ବେଗନ ପାର୍କ ସେଠାରେ ଶିବପ୍ରଭୁଙ୍କର ଜଟାରୁ ଗଙ୍ଗା ଝରୁଥିବା ଦୃଶ୍ୟ, ଠେକୁଆ, କଇଁଚ, ରଙ୍ଗୀନ ମାଛ, ବିଭିନ୍ନ ପ୍ରକାର ଫୁଲଫଳ ଗଛର ସମାଗମରେ ପ୍ରାକୃତିକ ସୌନ୍ଦର୍ଯ୍ୟ ବୃଦ୍ଧି ପାଇବାରେ ସମ୍ଭବପର ହୋଇପାରିଛି ଏବଂ ତାଙ୍କରି ଅନୁଷ୍ଠାନର କର୍ମକର୍ତ୍ତା ବୃନ୍ଦ ସହଯୋଗ କରିଥିଲେ l ଏଥିରେ ବାଳ ମୁକୁନ୍ଦ କେନ୍ଦ୍ରର ଉପଦେଷ୍ଟା ବିଚିତ୍ରାନନ୍ଦ ବେବର୍ତ୍ତା ସଭାପତିତ୍ବ କରିଥିଲେ l ମୁଖ୍ୟ ଅତିଥିରୂପେ ଛାତ୍ରପୁରର ଦୁର୍ଗପତି ସୂର୍ଯ୍ୟନାରାୟଣ ମଲ୍ଲିକ ଯୋଗଦେଇ ଶିଶୁମାନଙ୍କୁ ସାହିତ୍ୟ ବିଷୟରେ ଅବଗତ କରାଇଥିଲେ l ବିଭିନ୍ନ ଅନୁଷ୍ଠାନ ତଥା ବିଦ୍ୟାଳୟମାନଙ୍କ ଛାତ୍ରଛାତ୍ରୀ ବହୁସଂଖ୍ୟାରେ ଯୋଗଦେଇ ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗକରି ସାହିତ୍ୟ ଆସରର ‘ଆମ ଭାଷା ଓ ସାହିତ୍ୟ’ ବିଷୟରେ ଆଲୋଚନା ହେବାପରେ ମନୋରଞ୍ଜନ କାର୍ଯ୍ୟକ୍ରମ ସଂଙ୍ଗୀତ, ନୃତ୍ୟ, ଗଳ୍ପ ଇତ୍ୟାଦି ଅନୁଷ୍ଠିତ ହୋଇଥିଲା l ଏଥିରେ ସତସଙ୍ଗୀ ଜାନକୀ ଚରଣ ବେହେରା, ନୃତ୍ୟଶିଳ୍ପୀ ଡି. ପ୍ରିୟଙ୍କା, ଚିତ୍ରଶିଳ୍ପୀ ମୁରଲୀଧର ପରିଛା, ଜନ୍ମେଞ୍ଜୟ ସାହୁ, ଅଜିତ ମାଦଳା, ଭେଙ୍କେଟେଶ୍ୱର ହୋତା ପ୍ରମୁଖ ସହଯୋଗ କରିଥିଲେ l ସମସ୍ତ କାର୍ଯ୍ୟକ୍ରମକୁ କେନ୍ଦ୍ର ସଂଯୋଜକ ନିତ୍ୟାନନ୍ଦ ଚୌଧୁରୀ ପରିଚାଳନା କରିଥିଲେ l ଶେଷରେ ସୈନିକ ମନୋଜ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ l

Leave a Reply

Your email address will not be published. Required fields are marked *