Site icon Awaj Media

ନୟାଗଡ ଜେଲ ଜମିକୁ ଖୋଲା ପାର୍କିଙ୍ଗ ଭାବେ ବ୍ୟବହାର ପ୍ରସଙ୍ଗ !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ନୟାଗଡ ବାସୀଙ୍କ ବୃହତ୍ତର ସ୍ୱାର୍ଥ ତଥା ଟ୍ରାଫିକ ମୁକ୍ତ ସୁନ୍ଦର ସହର ଗଠନ ପାଇଁ ପୁରୁଣା ଜେଲ ଜମିକୁ ଖୋଲା ପାର୍କିଙ୍ଗ ଭାବେ ବ୍ୟବହାର କରିବା ପାଇଁ , ନୟାଗଡ ଜିଲ୍ଲା କଂଗ୍ରେସ ସଭାପତିଙ୍କ ତରଫରୁ ବିଧାୟକ ମହାଶୟଙ୍କୁ ଖୋଲା ଚିଠିରେ ପ୍ରସ୍ତାବ ଦିଆ ଯାଇଥିଲା ଏବଂ ସେଠାରେ ପ୍ରସ୍ତାବିତ ବହୁତଳ ବ୍ୟବସାୟିକ ପ୍ରତିଷ୍ଠାନରୁ ଓହରି ଯିବା ପାଇଁ ବିଧାୟକଙ୍କୁ ଅନୁରୋଧ ମଧ୍ୟ କରା ଯାଇଥିଲା l କିନ୍ତୁ ଏହି ପ୍ରସଙ୍ଗରେ ପୌର ପରିଷଦ କୌଣସି କାଉନସିଲର ଙ୍କୁ ଚିଠି ଲେଖାଯାଇ ନଥିଲା ବେଳେ ଏଭଳି ଅପ୍ରାସଙ୍ଗିକ ଉତ୍ତର ବିଧାୟକଙ୍କ ଅସହାୟତା ସ୍ପଷ୍ଟ ବାରି ହୋଇଯାଇଛି ବୋଲି ଜିଲ୍ଲା କଂଗ୍ରେସ ସଭାପତି ଆଇନଜୀବି ରଣଜିତ ଦାଶ ପ୍ରେସ ବାର୍ତ୍ତାରେ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ କହିଛନ୍ତି l ପ୍ରକାଶ ଯୋଗ୍ୟ ଏ ସମ୍ପର୍କରେ ନୟାଗଡ ମ୍ୟୁନିସିପାଲଟି ୧୫ ନମ୍ବର ଓ୍ବାର୍ଡ କାଉନସିଲର କଂଗ୍ରେସ ଦଳ ଭୁଲ ତଥ୍ୟ ଦେଇ ଜନସାଧାରଣ ଙ୍କୁ ବିଭ୍ରାନ୍ତ କରୁଥିବା ସମ୍ପର୍କରେ ଏକ ଚିଠି କଂଗ୍ରେସ ଜିଲ୍ଲା ସଭାପତି ଙ୍କୁ ପଠାଇଥିଲେ । ନୟାଗଡ ବାସୀଙ୍କ ହିତ ପାଇଁ ବିଧାୟକ ମହାଶୟ ନିଜେ ଉତ୍ତର ରଖିବା ପାଇଁ ଏତେ ଭୟଭୀତ କାହିଁକି ବୋଲି ପ୍ରଶ୍ନ କରାଯାଇଛି l ପୁରୁଣା ଜେଲ ଜମିର ପୂର୍ବ ପାର୍ଶ୍ଵ ପ୍ରାଚୀର ସହ ଜୁବୁଲି ମାର୍କେଟ ପଛପାଖ ପର୍ଯ୍ୟନ୍ତ ଏବେବି ନୟାଗଡ ଦେୱାନୀ ଜଜ କନିଷ୍ଠ ବିଭାଗଙ୍କ ରହିତାଦେଶ ବଳବତ୍ତର ରହିଛି, ତେଣୁ ଜେଲ ପ୍ରାଚୀର ଭଙ୍ଗlଯିବl ଉପରେ ପ୍ରଶ୍ନ ଉଠାଇଛନ୍ତି ଆଇନଜୀବି ଶ୍ରୀ ଦାଶ l ୨୦୦୯ ମସିହାରୁ ମାନ୍ୟବର ଉଚ୍ଚ ନ୍ୟାୟାଳୟଙ୍କ ଏହି ଜମି ଉପରେ ରହିତାଦେଶ ଥିବାରୁ ନୟାଗଡ ସହର କେନ୍ଦ୍ର ସ୍ଥଳରେ ଏହି ୬୩ ଡ଼ିସିମିଲ ମୂଲ୍ୟବାନ ଜମି ଆଜି ନୟାଗଡ ବାସୀ ଦେଖି ପାରୁଛନ୍ତି ନଚେତ ମେଡିକାଲ ସାମ୍ନାରେ ଦୋକାନ ଘର ହୋଇ ବ୍ୟକ୍ତିଗତ ସ୍ୱାର୍ଥ ହାସଲ ଭଳି ଏହି ଜାଗା ଆଜି ଯାଏଁ ନଥାନ୍ତା ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଛି l ଏହି ଜେଲ ଜମିରେ ପାର୍କିଙ୍ଗ ବ୍ୟତିରେକ ଅନ୍ୟ କୌଣସି ପ୍ରକାର ବ୍ୟବହାର କରିବାକୁ ଦିଆଯିବ ନାହିଁ l ଜେଲ ବିଭାଗରୁ ଏହି ଜମିକୁ ମୁନିସିପାଲିଟି କୁ ହସ୍ତାନ୍ତର ହୋଇଥିବା ଚିଠି କୁ ପୌର ପ୍ରଶାସନ ଗଣମାଧ୍ୟମ ଆଗରେ ଉପସ୍ଥାପନା କରିବା ପାଇଁ ଶ୍ରୀ ଦାଶ ଆହ୍ୱାନ କରିଛନ୍ତି l ଜେଲ ପ୍ରାଚୀର ଭାଙ୍ଗିବା ପାଇଁ ଯଦି ଜିଲ୍ଲାପାଳ କିମ୍ବା ଗୃହ ବିଭାଗ କିଛି ଅନୁମତି ଦେଇଥାନ୍ତି ତେବେ ତାହା ସାର୍ବଜନୀନ କରଯାଉ , କାରଣ ସରକାରଙ୍କ ବିନା ଅନୁମତିରେ ପୌର ପରିଷଦ ଭାଙ୍ଗିବାର ଅଧିକାର ଉପରେ ପ୍ରଶ୍ନ ଉଠାଇଛନ୍ତି ଶ୍ରୀ ଦାଶ l ପlଞ୍ଚଗୁଣା ବର୍ଦ୍ଧିତ ହୋଲଡିଂ ଟ୍ୟାକ୍ସ ନିର୍ଦ୍ଧାରଣ ପ୍ରସଙ୍ଗ ରେ ନୟାଗଡ ସହର ବାସୀଙ୍କ ଜୋରଦାର ବିରୋଧlଭାସ ରେ ଭୟଭୀତ ହୋଇ ବିଧାୟକ ମହାଶୟ ପୌର ଭୋଟ ପାଇଁ ତାକୁ ସମୟ ଘୁଞ୍ଚାଇଛନ୍ତି କିନ୍ତୁ ପ୍ରତ୍ୟାହାର ହେଲା ବୋଲି ଏଯାବତ ମୁନିସିପାଲିଟି ପକ୍ଷରୁ କୁହାଯାଇନାହିଁ ତେବେ ଏଥିରୁ ସ୍ପଷ୍ଟ ନୟାଗଡ ବାସୀଙ୍କୁ କିଏ ବିଭ୍ରାନ୍ତି କରୁଛି ବୋଲି ଶ୍ରୀ ଦାଶ ପ୍ରେସ ବିବୃତିରେ ପ୍ରକାଶ କରିଛନ୍ତି ।

 

Exit mobile version