Site icon Awaj Media

ମାଗଣା ଚକ୍ଷୁ ଚିକିତ୍ସା ଶିବିର ଆୟୋଜିତ !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ନୟାଗଡ ଜିଲ୍ଲା ଦଶପଲ୍ଲା ବ୍ଲକର ସାତ ପାଟଣା ସରକାରୀ ହାଇସ୍କୁଲ ପ୍ରାଙ୍ଗଣରେ ପଦ୍ମଚରଣ ମିଶ୍ରଙ୍କ ସ୍ମରଣ ଉଦ୍ଦେଶ୍ୟରେ ଏକ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି । ଦିଲ୍ଲୀପ କୁମାର ମିଶ୍ରଙ୍କ ତତ୍ତ୍ଵାଵଧାନରେ ଆୟୋଜିତ ଶିବିରର ଉଦଘାଟନ ଉତ୍ସବରେ ପରିଵେଶବିତ ପ୍ରଶନ୍ନ କୁମାର ପଣ୍ଡା, ବରିଷ୍ଠ ନାଗରିକ ମଂଚର ସଭାପତି ପ୍ରାଣକୃଷ୍ଣ ଵେହେରା, ସମାଜିକ କର୍ମୀ ରଵି ନାରାୟଣ ସେଠୀ, ମନୋରଂଜନ ମିଶ୍ର ଏଵଂ ହାଇସ୍କୁଲ ପ୍ରଧାନ ଶିକ୍ଷକ ରଘୁନାଥ ସାହୁ ପ୍ରମୁଖ ଯୋଗଦାନ କରିଥିଲେ । ଉକ୍ତ ଶିବିରରେ ୭୯ ଜଣଙ୍କ ଆଖି ପରୀକ୍ଷା କରାଯାଇଥିଲା, ସେଥି ମଧ୍ୟରୁ ୧୯ ଦଣଙ୍କ ଆଖି ଅପରେସନ କରିଵା ପାଇଁ କଟକ ନିଆ ଯାଇଥିଲା , ଏଥରେ କେ ପି ଏମ୍ ରୋଟାରୀ କ୍ଲବ କଟକ ଚକ୍ଷୁ ଚିକିତ୍ସାଳୟ ଓ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ ଡାକ୍ତର ଏବଂ ଡାକ୍ତରୀ ଛାତ୍ର ଛାତ୍ରୀ ମାନେ ଯୋଗଦାନ କରି ଏହି ପରୀକ୍ଷା କରିଥିଲେ, , ପର୍ଯ୍ୟାୟ କ୍ରମେ ଏହି ଚକ୍ଷୁ ଚିକିତ୍ସା ଶିବିର ଚାଲୁ ରହିଛି । ଜନ ସାଧାରଣ ଏହାର ସୁବିଧା ନେବା ପାଇଁ ଆୟୋଜକ ଦିଲ୍ଲୀପ ମିଶ୍ର ଅନୁରୋଧ କରିଛନ୍ତି ।

Exit mobile version