Site icon Awaj Media

ମାନ୍ୟବର ଉଚ୍ଚ ନ୍ୟାୟାଳୟ ମଞ୍ଜୁର କଲେ ଜାମିନ : ଜେଲ ରୁ ମୁକୁଳିଲେ ବରିଷ୍ଠ ସାମ୍ବାଦିକ ଅର୍ଦ୍ଧେନ୍ଦୁ ଦାସ !!!

Spread the love

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ଶୁଭ୍ରାଂଶୁ ଶୁଭମୟ ମହାନ୍ତି : ସବୁ କଳ୍ପନା ଜଳ୍ପନା ର ଘଟିଲା ଅନ୍ତ ! ସମସ୍ତ ଆଶଙ୍କାରେ ପଡିଲା ପୂର୍ଣ୍ଣଛେଦ ! ମାନ୍ୟବର ଉଚ୍ଚ ନ୍ୟାୟାଳୟ ଜାମିନ ମଞ୍ଜୁର କରିବା ପରେ ଜେଲ ରୁ ମୁକୁଳିଲେ ବରିଷ୍ଠ ସାମ୍ବାଦିକ ଅର୍ଦ୍ଧେନ୍ଦୁ ଦାସ ! ଆର୍ଥିକ କାରବାର ମାମଲାରେ ଛନ୍ଦି ହୋଇ ଇଓଡବ୍ଲୁ ଦ୍ୱାରା ଗିରଫ ହୋଇଥିଲେ ବରିଷ୍ଠ ସାମ୍ବାଦିକ ତଥା ବଡ ଖବର ର ମୁଖ୍ୟ ସମ୍ପାଦକ ଅର୍ଦ୍ଧେନ୍ଦୁ ଦାସ ! ତେବେ ଅର୍ଦ୍ଧେନ୍ଦୁଙ୍କ ଗିରଫଦାରୀ ପରେ ଘଟଣାକୁ ନେଇ ତେଜିଥିଲା ଉତ୍ତେଜନା , ସମଗ୍ର ରାଜ୍ୟରେ ଗଣମାଧ୍ୟମ ପ୍ରତିନିଧି ମାନେ ଏହାର ପ୍ରତିବାଦ କରିଥିବା ବେଳେ , ଅନେକ ସାମାଜିକ ସଂଗଠନ ଏହାକୁ ସରକାରଙ୍କର ପ୍ରତିକ୍ରିୟାଶୀଳ ମନୋଭାବ ବୋଲି ବିବେଚନା କରିଥିଲେ !

Exit mobile version