Site icon Awaj Media

ବାଲିଗୁଡାରେ ଗାଁ ସାଥୀ ମାନଙ୍କୁ ପରିଚୟ ପତ୍ର ପ୍ରଦାନ !!!

Spread the love

କନ୍ଧମାଳ ( ଆୱାଜ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଚକାପାଦ ବ୍ଲକ ସ୍ଥିତ ଆରାବାକା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟର ସଭାଗୃହ ଠାରେ ଗାଁ ସାଥୀ ମାନଙ୍କୁ ପରିଚୟ ପତ୍ର ପ୍ରଦାନ କରାଯାଇଛି । ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଚକାପାଦ ବ୍ଲକ ଅଧ୍ୟକ୍ଷା ବୈନେତ୍ରୀ କହଁର, ଉପାଧ୍ୟାକ୍ଷ ସୋମନାଥ ବେହେରା ପ୍ରମୁଖ ଉପସ୍ଥିତ ଥିବା ବେଳେ ଚକାପାଦ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅନିଲ କୁମାର ପଟ୍ଟନାୟକଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମରେ ଏପିଓ ନବନିତା ପ୍ରିୟଦର୍ଶନୀ ତ୍ରିପାଠୀ, ଚକାପାଦ ବ୍ଲକ ଗାଁ ସାଥୀ ସଂଘ ସଭାପତି ମନୋଜ ଦିଗାଲ, କନ୍ଧମାଳ ଜିଲ୍ଲା ଗାଁ ସାଥୀ ସଂଘ ସମ୍ପାଦକ ବିପିନ କୁମାର ଦିଗାଲ ପ୍ରମୁଖ ଉପସ୍ଥିତ ଥିବା ବେଳେ ଚକାପାଦ ବ୍ଲକର ସମସ୍ତ ପଞ୍ଚାୟତର ଗାଁ ସାଥୀ ମାନେ ଉପସ୍ଥିତ ରହି ପରିଚୟ ପତ୍ର ପ୍ରଦାନ କରାଯାଇଛି ।

Exit mobile version