Site icon Awaj Media

ଡ୍ରାଇଭର ଦିବସ ପାଳନ କଲେ ବାଣପୁର ବ୍ଲକ ଶାଖା ଡ୍ରାଇଭର ମହାସଂଘ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ସେପ୍ଟେମ୍ବର ୧ ତାରିଖ ଡ୍ରାଇଭର ଦିବସ ହୋଇଥିବା ବେଳେ ଓଡ଼ିଶାର ସମସ୍ତ ଜିଲ୍ଲା ଓ ବ୍ଲକରେ ଡ୍ରାଇଭର ମାନେ ଡ୍ରାଇଭର ଦିବସ ପାଳନ କରିଛନ୍ତି ! ଓଡିଶା ଡ୍ରାଇଭର ମହାସଂଘ ର ବାଣପୁର ବ୍ଲକ ଶାଖା ତରଫରୁ ଡ୍ରାଇଭର ଦିବସ ପାଳନ କରାଯାଇଛି । ବାଣପୁର ସଂଘର ସଭାପତି ବନମାଳୀ ପରିଡା , ଉପ ସଭାପତି ସେକ ସୌକତ , ସମ୍ପାଦକ ବେଣୁଧର ମୁଦୁଲି ଓ ଆଡମିନ ସୂର୍ଯ୍ୟ ନାରାୟଣ ସାହୁ, ସରୋଜ ଚନ୍ଦ୍ର ବଳିଆରସିଂହ ଙ୍କ ନେତୃତ୍ୱରେ ବାଣପୁର ଅଞ୍ଚଳର ସମସ୍ତ ଡ୍ରାଇଭର ପଲଟନ ପଡ଼ିଆରେ ଥିବା କାର୍ଯ୍ୟାଳୟ ଠାରେ ଏକ ସାଧାରଣ ସଭା କରିଥିଲେ । ତାପରେ ବାଇକ ରାଲି ଶୋଭାଯାତ୍ରାରେ ବାହାର ବାଣପୁର ସହର ପରିକ୍ରମା କରିବା ସହ ମା ଭଗବତୀଙ୍କ ପୀଠରେ ଏକତ୍ରିତ ହୋଇ ମାଙ୍କୁ ଦର୍ଶନ କରିବା ସହିତ ବାଣପୁର ଥାନା ଅଧିକାରୀ ଜୟ ପ୍ରକାଶ ପରିଡା, ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷ ମିଟୁ ନାୟକ, ବାଣପୁର ବ୍ଲକ ଅଧ୍ୟକ୍ଷ ଅମରେନ୍ଦ୍ର ରଣସିଂହ, ବାଣପୁର ମେଡିକାଲ ଇନଚାର୍ଜ ରମାକାନ୍ତ ନାୟକ ଙ୍କୁ ସମ୍ବର୍ଦ୍ଧନା କରିଥିଲେ । ଆଗକୁ କେମିତି ବାଣପୁର ବ୍ଲକ ଶାଖାର ସମସ୍ତ ଡ୍ରାଇଭର ମାନେ ନିସ୍ବାର୍ଥପର ଭାବରେ ସମାଜ ସେବା କ୍ଷେତ୍ରରେ ନିଜକୁ ନିୟୋଜିତ କରିବେ ବୋଲି ଡ଼୍ରାଇଭର ମହା ସଂଘର ସମସ୍ତ ସଦସ୍ୟ କହିଛନ୍ତି ।

Exit mobile version