ସୁକିନ୍ଦା ଖରଡ଼ି ଅଞ୍ଚଳରୁ ଲକ୍ଷାଧିକ ଟଙ୍କାର ଚୋରା କାଠ ବୋଝେଇ ଟ୍ରକ ଜବତ !!!

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ସୁକିନ୍ଦା ବନବିଭାଗ ସ୍ଥାନୀୟ ଅଞ୍ଚଳରୁ ଏକ ଚୋରା କାଠ ବୋଝେଇ ଟ୍ରକ ଜବତ କରିଛି । ଜବତ କାଠର ମୂଲ୍ୟ ଦଶ ଲକ୍ଷ ଟଙ୍କାରୁ ଅଧିକ ବୋଲି ଜଣାପଡିଛି । ସୁକିନ୍ଦା ବନ ବିଭାଗ ଅନ୍ତର୍ଗତ ଖରଡ଼ି ପଞ୍ଚାୟତ ଆମ୍ବସାର ଗ୍ରାମ ବାଲାଙ୍ଗୀ ସାହି ନିକଟ ଜଙ୍ଗଲରୁ ଏକ ଚୋରା କାଠ ବୋଝେଇ ଦଶ ଚକିଆ ଟ୍ରକ ବାହାରୁଥିବା ଖବର ପାଇ ସୁକିନ୍ଦା ବନବିଭାଗ ଅଧିକାରୀ ସଦଳବଳେ ଘଟଣାସ୍ଥଳରେ ପହଞ୍ଚି ଟ୍ରକକୁ ଜବତ କରିଥିବା ଜଣାପଡ଼ିଛି । ଜବତ ଟ୍ରକ ସୁକିନ୍ଦା ବନବିଭାଗ କାର୍ଯ୍ୟାଳୟରେ ରଖିବା ସହ ଜବତ କାଠର ମାପ କରାଯାଇ ମୂଲ୍ୟାୟନ କରାଯିବା ନେଇ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ସୁକିନ୍ଦା ଅଞ୍ଚଳରେ ଚୋରା କାଠ ମାଫିଆ ସକ୍ରିୟ ଥିବାବେଳେ , ଦିନ ଦ୍ବିପହରରେ ଲୁଟ୍ କରିବାକୁ କରିଥିବା ଉଦ୍ୟମ ମାଫିଆଙ୍କ ପାରିବା ପଣିଆକୁ ଲୋକଲୋଚନକୁ ଆଣିଛି । ଏହି ଚୋରା କାଠ ଗାଡ଼ିକୁ ଖସାଇ ଦେବାକୁ ଜଣେ ବ୍ଲକ ସ୍ତରୀୟ ନେତା ବହୁ ଚେଷ୍ଟା କରିଥିଲେ ମଧ୍ୟ ସଫଳ ହୋଇ ପାରି ନଥିବା ସାଧାରଣରେ ଚର୍ଚ୍ଚା ଜୋର ଧରିଛି ।

Leave a Reply

Your email address will not be published. Required fields are marked *