Site icon Awaj Media

କୁକୁଡ଼ା ଫାର୍ମ ରେ ଚାଲିଛି ଅଙ୍ଗନୱାଡି କେନ୍ଦ୍ର !!!

Spread the love

କେନ୍ଦ୍ରାପଡା ( ଆୱାଜ ମିଡ଼ିଆ ) – ପ୍ରଫୁଲ୍ଲ କୁମାର ମଲ୍ଲ : କୁକୁଡ଼ା ଫାର୍ମ ରେ ଚାଲିଛି ଅଙ୍ଗନୱାଡି କେନ୍ଦ୍ର l ସାମ୍ନାକୁ ଆସିଲା ମାର୍ଶାଘାଇ ଶିଶୁ ବିକାଶ ଅଧୀନରେ ଥିବା ବିଲ ବଳରାମପୁର ଖ ଅଙ୍ଗନୱାଡି କେନ୍ଦ୍ର ର ବିରଳ ଦୃଶ୍ୟ l କୁକୁଡ଼ା ଫାର୍ମ ରେ କର୍ମୀ ଚଳାଉଛନ୍ତି ଅଙ୍ଗନୱାଡି କେନ୍ଦ୍ର l କୁକୁଡ଼ା ଫାର୍ମ ର ଘର ଭିତର ଅନ୍ଧାର ଥିବା ବେଳେ ଜାଲି ଲଗା ଏକା ଛୋଟ ଝରକା l ଏପରି ବିରଳ ଦୃଶ୍ୟ ହୁଏତ ଆପଣ ମାନେ ଆଗରୁ କୋଉଠି ଦେଖିନଥିବେ l RTI ମାଧ୍ୟମରେ ମଗା ଯାଇଥିବା ତଥ୍ୟ କହୁଛି ବିଲ ବଳରାମପୁର ଖ ଅଙ୍ଗନୱାଡି କେନ୍ଦ୍ର ସ୍କୁଲ ଚାଲିଛି l କିନ୍ତୁ କର୍ମୀ ନିଜର ମନମାନୀ କରି ଚଳୁ ପକ୍ରିୟା ରେ କାଳେ ବାଧା ଆସିବ ଭାବି କୁକୁଡ଼ା ଫାର୍ମ ରେ ଚଳାଇଛନ୍ତି କେନ୍ଦ୍ର I ତେବେ ଅଙ୍ଗନବାଡି କର୍ମୀ ଙ୍କ କହିବା କଥା ଅନୁଯାଇ ପୂର୍ବରୁ କେନ୍ଦ୍ର ଚାଲୁଥିଲା ଭଡା ଘରେ I ତେବେ ଭଡା ଘର ଟଙ୍କା ଦେଉଥିଲା କିଏ I ଏହି ବିଷୟରେ ମାର୍ଶାଘାଇ CDPO ମନା କରୁଥିବା ବେଳେ DSWO କହୁଛନ୍ତି ଘର ଭଡା ଟଙ୍କା ଦିଆ ଯାଉଛି I ଏଠି ଦୁଇ ଅଧିକାରୀଙ୍କ କଥାରେ ତାଳ ମେଳ ରହୁ ନଥିବା ଦର୍ଶIଉଛି ଉପରୁ ତଳ ପୁଷ୍ଟିକର ଖାଦ୍ୟ ହେରଫେର ରେ ସାମିଲ ଅଛନ୍ତି I ଯଦି ଘର ଭଡା ଟଙ୍କା ଦିଆ ଯାଉଛି ତେବେ ଏହି କୁକୁଡ଼ା ଫାର୍ମ ର ଘର ଭଡା ଟଙ୍କା କେତେ I ସରକାର ଗର୍ଭବତୀ, ପ୍ରସୂତି ମହିଳା ଓ ଶୁଶୁ ମାନଙ୍କ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ଏହିପରି କିଛି କର୍ମଚାରୀ ମାନେ ସେହି ଅର୍ଥ କୁ ବାଟ ମାରଣା କରି ନିଜ ପକେଟ ଗରମ କରୁଛନ୍ତି I ପୂର୍ବରୁ ବିଲ ବଳରାମପୁର ଖ ଅଙ୍ଗନୱାଡି କେନ୍ଦ୍ର ର କର୍ମୀ ନିଜ ଘରେ ଅଙ୍ଗନୱାଡି କେନ୍ଦ୍ର ଚଳାଉ ଥିଲେ , ଆଉ RTI ତଥ୍ୟ ମାଧ୍ୟମରେ ପିଲାମାନଙ୍କ ଅଧିକ ଉପସ୍ଥାପନା, ଜାଲ ପଞ୍ଜିକରଣ ସହ ଛତୁଆ ଭାଉଚର ଜାଲିଆତି ଘଟଣା ପଦାକୁ ଆସିବା ପରେ ଅଙ୍ଗନୱାଡି କର୍ମୀ ଏବେ କେନ୍ଦ୍ର କୁକୁଡ଼ା ଫାର୍ମ ରେ ଚଳାଉଥିବା ଦେଖିବାକୁ ମିଳୁଛି I ତେବେ କୁକୁଡ଼ା ଫାର୍ମ ରେ ପୂର୍ବରୁ ରହୁଥିବା କୁକୁଡ଼ା ମାନଙ୍କ ପାଇଁ ଯେଉଁ ସବୁ ବିଭିନ୍ନ ବିଷାକ୍ତ ଔଷଧ ର ବ୍ୟବହାର କରାଯାଇଥିଲା I ତାହାର ପ୍ରଭାବ ପଡ଼ିବନି ତ କୋମଳମତି ଶିଶୁ ମାନଙ୍କ ଉପରେ l ଯାହାକୁ ନେଇ ସାଧାରଣ ଆଲୋଚନା ହେଉଥିବା ଶୁଣିବାକୁ ମିଳୁଛି l ତେବେ ଜିଲ୍ଲା ରେ ଏଭଳି ଘଟଣା ମାନ ଘଟୁଥିଲେ ମଧ୍ୟ କେମିତି ଜାଣିପାରୁ ନାହାନ୍ତି ବିଭାଗୀୟ ଅଧିକାରୀ , ନାଁ ସବୁ କିଛି ଚାଲିଛି ଉଭୟ ଙ୍କ ମିଲି ଭଗତରେ l ତେବେ ଏହା ଉପରେ କେବେ ପଡୁଛି ଜିଲ୍ଲାପାଳ ଙ୍କ ଦୃଷ୍ଟି , ଆଉ ଏଭଳି କାର୍ଯ୍ୟ କରୁଥିବା କର୍ମଚାରୀ ଙ୍କ ଉପରେ କେବେ ହେଉଛି କାର୍ଯ୍ୟାନୁଷ୍ଠାନ ତାହା ହିଁ ଦେଖିବାକୁ ବାକି I

Exit mobile version