Site icon Awaj Media

ନିଶ୍ଚିନ୍ତକୋଇଲି ବ୍ଲକ ଅଞ୍ଚଳରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ବିଘ୍ନ ବିନାଶକ ଗଣେଶ ଙ୍କ ପୂଜା ପାଳିତ !!!

Spread the love

ନିଶ୍ଚିନ୍ତକୋଇଲି ( ଆୱାଜ ମିଡ଼ିଆ ) – ଡମ୍ବରୁଧର ବେହେରା : ମହାମାରୀ କରୋନା କାରଣରୁ ଦୁଇବର୍ଷ ହେବ ବନ୍ଦ ଥିଲା ପୂଜା ପର୍ବାଣୀ । କିନ୍ତୁ ଚଳିତ ବର୍ଷ କଟାକଣା ଉଠି ଯିବାରୁ ଗାଁ ରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ଗଣେଶ ପୂଜା ପାଇଁ ଉତ୍ସବ ମୁଖର ହୋଇଉଠିଛି । କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ଅଞ୍ଚଳ ରେ ବେଶ ଧୁମ୍ ଧାମରେ ପାଳନ ହେଉଛି ବିଘ୍ନରାଜ ଗଣପତି ଙ୍କ ପୂଜା । ଶିକ୍ଷା ଅନୁଷ୍ଠାନ ମାନଙ୍କରେ ଗଣେଶ ପୂଜା ହେବା ସହିତ ନୂତନ କରି ବିଦ୍ୟା ଆରମ୍ଭ କରିଥିବା ଛାତ୍ରଛାତ୍ରୀ ମାନେ ଖଡ଼ି ଛୁଆଁ କରିଛନ୍ତି , ସେମାନଙ୍କୁ ବ୍ରାହ୍ମଣ ବ୍ରହ୍ମା , ବିଷ୍ଣୁ, ମହେଶ୍ଵର ଲେଖାଇ ବିଦ୍ୟା ଆରମ୍ଭ କରିଥିବା ଦେଖିବାକୁ ମିଳିଛି । ସେହିପରି ସର୍ବ ପୁରାତନ ଅସୁରେଶ୍ଵର ଉଚ୍ଚ ବିଦ୍ୟାଳୟ ପରିସରରେ ଛାତ୍ରଛାତ୍ରୀ ମାନେ ଦୁଇବର୍ଷ ପରେ ଗଣେଶ ପୂଜା ପାଳନ କରୁଥିବାରୁ ବେଶ ଆନନ୍ଦ ଉଲ୍ଲାସରେ ପୂଜା କରିଥିବା ଦେଖିବାକୁ ମିଳିଛି। ଅସୁରେଶ୍ଵର ବଜାର ଅଣସରପୁର ଠାରେ ଯୁବକ ସଂଘ ପକ୍ଷରୁ ଗଣେଶ ପୂଜା ପାଳନ କରାଯାଇଛି । ଅସୁରେଶ୍ଵର ପଞ୍ଚାୟତ ପାଇକରାପୁର ଗ୍ରାମର ବାସୁଦେବ କ୍ଲବ ପକ୍ଷରୁ ଯଥା ରୀତୀନିତି ଅନୁଯାୟୀ ସର୍ବ ପ୍ରଥମେ କଳସ ଯାତ୍ରା କରାଯାଇ ଗଣେଶ ଦେବଙ୍କୁ ଆବାହନ କରାଯାଇ ପୂଜା ଅର୍ଚ୍ଚନା କରାଯାଇଥିଲା । ସେହିପରି କେନ୍ଧୁଲ ବାସୁଳେଇ ପୂଜା କମିଟି ପକ୍ଷରୁ ଧୁମ୍ ଧାମରେ ଗଣେଶ ପୂଜା ପାଳନ କରାଯାଇଛି ।

Exit mobile version