Site icon Awaj Media

ବାଲୁଗାଁ ମହାବିଦ୍ୟାଳୟର ୪୨ ତମ ପ୍ରତିଷ୍ଠା ଦିବସ ସମାରୋହ !!!

Spread the love

ବାଲୁଗାଁ ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ବାଲୁଗାଁ ମହାବିଦ୍ୟାଳୟର ୪୨ ତମ ପ୍ରତିଷ୍ଠା ଦିବସ ସମାରୋହ ମହାବିଦ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟର ସଭାପତି ପ୍ରବାସ କୁମାର ସୁନ୍ଦରାୟଙ୍କ ପୌରହିତ୍ୟରେ ମହାବିଦ୍ୟାଳୟର ଅଧ୍ୟକ୍ଷା ବିନତି ମଞ୍ଜରୀ ରାଉତ ବିବରଣୀ ପାଠ କରିବା ସହ ଶିକ୍ଷାର ଅଭିବୃଦ୍ଧି ନିମିତ୍ତ ଗୁରୁ ଶିଷ୍ୟର ସମ୍ପର୍କକୁ ସୁଦୃଢ କରିବା ଏବଂ ବିଦ୍ୟାଳୟ ପରିସରକୁ ସ୍ୱଚ୍ଛ ରଖିବା ଦିଗରେ ଗୁରୁତ୍ୱ ଦେଇଥିଲେ । ମୁଖ୍ୟ ଅତିଥି ଭାବେ ମହାବିଦ୍ୟାଳୟର ପ୍ରାକ୍ତନ ପରିଚାଳନା ସଭାପତି ତଥା ଯାଜପୁର ଜିଲ୍ଲା ପରିଷଦ ନିର୍ବାହୀ ଅଧିକାରୀ ଅଶୋକ କୁମାର ବେହୁରିଆ, ମୁଖ୍ୟ ବକ୍ତା ପ୍ରଫେସର ଡ଼ଃ ଶକୁନ୍ତଳା ବଳିଆରସିଂହ ଯୋଗଦେଇ ମହାବିଦ୍ୟାଳୟର ଶୈକ୍ଷିକ ଅଭିବୃଦ୍ଧି ସାଙ୍ଗକୁ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ ସମ୍ବନ୍ଧରେ ଆଲୋଚନା କରିଥିଲେ । ପରିଶେଷରେ ଚଳିତ ବର୍ଷ ବିଭିନ୍ନ କାର୍ଯ୍ୟକ୍ରମ ଓ ପରୀକ୍ଷାରେ ଶ୍ରେଷ୍ଠ ସ୍ଥାନ ଅଧିକାର କରିଥିବା କୃତି ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା । ଉକ୍ତ ସମାରୋହରେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ ଓ ଛାତ୍ରଛାତ୍ରୀ ମାନେ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ ।

Exit mobile version