Site icon Awaj Media

ପାର୍କ ଉଦଘାଟନ କାର୍ଯ୍ୟକ୍ରମ : ଫଟୋ ଉଠା ରାଜନୀତି ପାଇଁ କଣଠେସା ହେଲେ ମନ୍ତ୍ରୀ !!!

Spread the love

କଟକ ( ଆୱାଜ ମିଡ଼ିଆ ) – ଅମ୍ରିତା ପଟ୍ଟନାୟକ : କଟକ ରେ ପାର୍କ ଉଦଘାଟନ କାର୍ଯ୍ୟକ୍ରମ ରେ ଫଟୋ ଉଠା ରାଜନୀତି ପାଇଁ କଣଠେସା ହେଲେ ମନ୍ତ୍ରୀ ! ସ୍ୱାୟତ୍ତ ଶାସନ ଦିବସ ଅବସରରେ କଟକ ସିଡିଏ ସେକ୍ଟର – ୮ ଠାରେ ସ୍ବାଧିନତା ସଂଗ୍ରାମୀ ବିଶ୍ଵନାଥ ପଶାୟତ ପାର୍କର ଶୁଭ ଉଦଘାଟନ କରିଥିଲେ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ! କାର୍ଯ୍ୟକ୍ରମ ସମୟରେ ଫଟୋ ଉଠାଇବାକୁ ଯାଇ , କର୍ମୀମାନେ ଉଦଘାଟକ ଶ୍ରୀଯୁକ୍ତ ସ୍ଵାଇଁଙ୍କୁ କଣ ଠେସା କରିବା ନିହାତି ନିନ୍ଦନୀୟ ଘଟଣା ବୋଲି ସ୍ଥାନୀୟ ଅଂଚଳରେ ମତ ପ୍ରକାଶ ପାଇଛି ! ଫଟୋ ଉଠା ରାଜନୀତି ପାଇଁ ଜଣେ ଅତିଥିଙ୍କୁ ଅବମାନନା କରିବା କେତେଦୂର ଗ୍ରହଣୀୟ ତାହା ପ୍ରଶ୍ନ କରିଛନ୍ତି ବୁଦ୍ଧିଜୀବୀ ! ଦୁଃଖର ବିଷୟ ଯେ ସେଠାରେ ବିଜେଡ଼ି ଓ କଂଗ୍ରେସ ଦଳର ବହୁ ନେତା ମାନେ ଉପସ୍ଥିତ ଥିଲେ ମଧ୍ୟ କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ତଥା ଉଦଘାଟକ ମନ୍ତ୍ରୀ ସ୍ୱାଇଁଙ୍କୁ ଏପରି ଅପ୍ରିତୀକର ପରିସ୍ଥିତିର ସାମନା କରିବାକୁ ପଡିଥିଲା !

Exit mobile version