Site icon Awaj Media

କନ୍ଧମାଳରେ ରାଷ୍ଟ୍ରୀୟ ଡ୍ରାଇଭର ଦିବସ ପାଳିତ !!!

Spread the love

କନ୍ଧମାଳ ( ଆୱାଜ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : ସମଗ୍ର ଦେଶରେ ସେପ୍ଟେମ୍ବର ୧ କୁ ରାଷ୍ଟ୍ରୀୟ ଡ୍ରାଇଭର ଦିବସ ଭାବରେ ପାଳନ କରାଯାଉଛି । ଏହି ଅବସରରେ କନ୍ଧମାଳ ଜିଲା ଓଡିଶା ଡ୍ରାଇଭର ମହାସଂଘ ଫିରିଙ୍ଗିଆ ଶାଖା ତରଫରୁ ଡ୍ରାଇଭର ଦିବସ ପାଳିତ ହୋଇଯାଇଛି । ଓଡିଶା ଡ୍ରାଇଭର ମହାସଂଘ ଫିରିଙ୍ଗିଆ ଶାଖାର ସଭାପତି ସାମନ୍ତ କୁମାର ସାହୁଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଥିବା ଏହି କାର୍ଯ୍ୟକ୍ରମ ରେ ଫିରିଙ୍ଗିଆ ସରପଞ୍ଚ ଜଳନ୍ଧର କହଁର ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ । ଫିରିଙ୍ଗିଆ ବ୍ଲକର ଗୋଛାପଡା ଶାଖା ସହ ବ୍ଲକର ୨୪ ଟି ପଞ୍ଚାୟତର ସମସ୍ତ ବର୍ଗର ଶତାଧିକ ଡ୍ରାଇଭର ଉପସ୍ଥିତ ଥିଲେ । ଏହି ଅବସରରେ ଫିରିଙ୍ଗିଆ ଗାୟତ୍ରୀ ମନ୍ଦିର ଠାରୁ ଏକ ବିରାଟ ସଚେତନତା ଶୋଭାଯାତ୍ରା ସହର ପରିକ୍ରମା କରିବା ସହ ଜନସାଧାରଣ ଙ୍କୁ ଡ୍ରାଇଭର ମାନେ ସଚେତନ କରିଥିଲେ । ଏହାସହ ଫୁଲବାଣୀ ବାଲିଗୁଡା ମୁଖ୍ୟରାସ୍ତାର ବ୍ଲକ ଛକ ନିକଟରେ ରାସ୍ତାରେ ଯିବା ଆସିବା କରୁଥିବା ଯାନବାହନ ଗୁଡ଼ିକୁ ସଚେତନତା ପତ୍ରିକା ଦେବା ସହ ଡ୍ରାଇଭର ମାନଙ୍କୁ ମଧ୍ୟ ସଚେତନ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ଫିରିଙ୍ଗିଆ ଶାଖାର ଉପ-ସଭାପତି ବଂଶୀଧର ସାହୁ, ସମ୍ପାଦକ ସୌମିନ କୁମାର ମିଶ୍ରଙ୍କ ସହ ଅନ୍ୟ କର୍ମକର୍ତ୍ତା ମାନେ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ ।

Exit mobile version