ବାଲୁଗାଁ ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଅଞ୍ଚଳରେ ଦିନକୁ ଦିନ ଚୋରା ମଦ ବେପାରୀଙ୍କର ପ୍ରାଦୃଭାବ ବଢି ଚାଲିଥିବା ବେଳେ ଗାଁ ଠାରୁ ସହର ଚାରିଆଡେ ମଦ୍ୟପଙ୍କ ଦୌରାତ୍ମ ବଢ଼ିବାରେ ଲାଗିଛି । ବାଲୁଗାଁ ଥାନାରେ ନୂତନ ଥାନା ଅଧିକାରୀ ରଶ୍ମିରଞ୍ଜନ ଦାସ ଯୋଗ ଦେଲାପରେ ଚୋରା ମଦ ବେପାରୀଙ୍କ ଉପରେ ଜୋରଦାର ଧରପଗଡ଼ ଜାରି ରଖିଛି ବାଲୁଗାଁ ପୋଲିସ । ଏହି ପରିପ୍ରେକ୍ଷୀରେ ଆଜି ବାଲୁଗାଁ ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଦୁଇ ମଦ ବେପାରୀଙ୍କୁ ଧରିବା ସହିତ ସେମାନଙ୍କ ନିକଟରୁ ୧୦ ଲିଟର ଆସ୍କା ଫର୍ଟି ଏବଂ ୧୫ ଲିଟର ବିଦେଶୀ ମଦ ଜବତ କରିଛି । ଅଭିଯୁକ୍ତ ଦ୍ଵୟ ଜଗବନ୍ଧୁ ସାହୁ ଏବଂ ଦୁର୍ଗାପ୍ରସାଦ ତରାଇ ବୋଲି ଜଣାପଡିଛି । ପୋଲିସ ଉକ୍ତ ଦୁଇ ଜଣଙ୍କ ବିରୁଦ୍ଧରେ କେସ ନମ୍ବର ୧୭୩ ଓ ୧୭୪/୨୦୨୨ରେ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଛି । ତେବେ ଏପରି ଚଢ଼ାଉ ବାଲୁଗାଁ ଥାନା ଅଞ୍ଚଳରେ ନିରନ୍ତର ଭାବେ ଜାରି ରହିବ ବୋଲି ଆଇଆଇସି ଶ୍ରୀ ଦାସ କହିଛନ୍ତି । ଅପରପକ୍ଷେ କୌଣସି ସ୍ଥାନରେ ଯଦି ମଦ ବିକ୍ରି ଚାଲିଥାଏ ତେବେ ପୋଲିସକୁ ଜନସାଧାରଣ ଅବଗତ କରିବା ପାଇଁ ଅନୁରୋଧ କରିଛନ୍ତି ଆଇଆଇସି ।