Site icon Awaj Media

ଓଡ଼ିଶା ସୁରକ୍ଷା ସେନାର ରାଜ ଭବନ ସମୁଖରେ ଧାରଣା !!!

Spread the love

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ତେଲେଙ୍ଗାନାର ବିଧାୟକ ରାଜା ସିଂହ ଗିରଫଦାରୀ କୁ ବିରୋଧ ଓ ପିଡି ଆକ୍ଟ ପ୍ରତ୍ୟାହାର ଦାବି କରି ଓଡ଼ିଶା ସୁରକ୍ଷା ସେନାର ରାଜ ଭବନ ସମୁଖରେ ଧାରଣା ! ତେଲେଙ୍ଗାନାର ଗୋଶାମାଲ ନିର୍ବାଚନ ମଣ୍ଡଳୀରୁ ବିଧାୟକ ରାଜା ସିଂଙ୍କ ଉପରେ ପିଡି ଆକ୍ଟ ପ୍ରତ୍ୟାହାର କରିବାକୁ ଦାବି କରି ଆଜି ଓଡ଼ିଶା ସୁରକ୍ଷା ସେନା ପକ୍ଷରୁ ଭୁବନେଶ୍ୱର ରାଜ ଭବନ ସମୁଖରେ ଗଣ ଧାରଣା ଅନୁଷ୍ଠିତ ହୋଇଥିଲା । ଓଡ଼ିଶା ସୁରକ୍ଷା ସେନାର ମୁଖ୍ୟ ଅଭିଷେକ ଯୋଶୀ ଏହି ଗଣ ଧାରଣାର ନେତୃତ୍ୱ ନେଇଥିଲେ । ଶ୍ରୀ ଯୋଶୀ କହିଥିଲେ ଯେ ରାଜା ସିଂହ ଜଣେ ହିନ୍ଦୁବାଦୀ ନେତା ଓ ନିର୍ବାଚିତ ବିଧାୟକ ମଧ୍ୟ । ତେଲେଙ୍ଗାନା ସରକାର ତାଙ୍କୁ ପିଡି ଆକ୍ଟ ଆଧାରରେ ଗିରଫ କରିବା ଅତି ନିନ୍ଦନୀୟ । ମହମ୍ମଦଙ୍କ ବିରୁଦ୍ଧରେ ଦେଇଥିବା ନିନ୍ଦନୀୟ ମନ୍ତବ୍ୟ ପାଇଁ ପୋଲିସ ରାଜା ସିଂହ କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ପରେ କୋର୍ଟ ମାମଲାର ବିଚାର କରି ତାଙ୍କୁ ଜାମିନ ପ୍ରଦାନ କରିଥିଲେ । ରାଜା ସିଂହ ଙ୍କୁ କୋର୍ଟରୁ ଜାମିନ ମିଳିବା ପରେ ବହୁ ସଂଖ୍ୟାରେ ଇସଲାମବାଦୀ ମାନେ ରାଜା ସିଂଙ୍କ ମୁଣ୍ଡ କାଟିବାକୁ ଦାବି କରି ପ୍ରଦର୍ଶନ କରିଥଲେ । ଏହି ପ୍ରଦର୍ଶନ ପରେ ବେଲ ପାଇଥିବା ରାଜା ସିଂହକୁ ଦିନେ ପରେ ତାଙ୍କ ବାସଭବନରୁ ପୋଲିସ ଗିରଫ କରିଥିଲା । ପରେ ପିଡି ଆକ୍ଟ ଲଗେଇ ଜେଲ ପଠେଇ ଦେଇଛି ।

ଯେତେବେଳେ ଏମ ଏଫ ହୁସେନ୍, ପ୍ରସିଦ୍ଧ ଚିତ୍ରକାର ହିନ୍ଦୁ ଦେବୀ ଓ ଦେବତାଙ୍କ ନଗ୍ନ ରଙ୍ଗ ଚିତ୍ର କରିଥିଲେ, ଆମେ ଏମ୍.ଏଫ୍ ହୁସେନଙ୍କ ମୁଣ୍ଡ କାଟିବାକୁ କେବେ ଦାବି କରିନାହୁଁ କିନ୍ତୁ ହଁ, ଆମେ ନିଶ୍ଚିତ ଭାବରେ ତାଙ୍କ ଲଜ୍ଜାଜନକ ଆଚରଣ ପାଇଁ ତାଙ୍କୁ କୋର୍ଟରେ ହାଜର ହେବାକୁ ଦାବି କରିଛୁ । ଭାରତ ଭଳି ଦେଶରେ ଆମର ନ୍ୟାୟିକ ବ୍ୟବସ୍ଥା ଆମ ସମ୍ବିଧାନ ଦ୍ୱାରା ପରିଚାଳିତ ଯେ କୌଣସି ପ୍ରକାରର ଭୁଲ କାର୍ଯ୍ୟ ପାଇଁ ଦଣ୍ଡର ପରିମାଣ ବର୍ଣ୍ଣନା ଅଛି । ଦେଶର ଆଇନକୁ ଖାତିର ନ କରି ଇସଲାମବାଦୀ ମାନେ ହାଇଦ୍ରାବାଦ ରାସ୍ତାରେ ଜଣେ ନିର୍ବାଚିତ ବିଧାୟକଙ୍କୁ ଜୀବନ ରୁ ମାରି ଦେବା ଓ ମୁଣ୍ଡ ଧଡ଼ ଅଲଗା କରିବା ଭଳି ସ୍ଲୋଗନ ଖୋଲା ଖୋଲି ଭାବେ ଦେଇ ଆସୁଥିଲେ । ସେ ଭଳି ବ୍ୟକ୍ତିଙ୍କ ଉପରେ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ନେଇନାହିଁ । ଭାରତର ଆଇନ ବ୍ୟବସ୍ଥା ଉପରେ ଆସ୍ଥା ନ ରଖୁ ଥିବା ବ୍ୟକ୍ତି ମାନଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ହେବା ଆବଶ୍ୟକତା ରହିଛି । କିନ୍ତୁ ତେଲେଙ୍ଗାନା ସରକାର ନିର୍ଦ୍ଦିଷ୍ଟ ମୁସଲିମ ସମ୍ପ୍ରଦାୟର ବ୍ୟକ୍ତିଙ୍କ ପ୍ରଦର୍ଶନରେ ଚାପି ହୋଇ ବିଧାୟକ କୁ ପିଡି ଆକ୍ଟରେ ଗିରଫ କରିବା କାର୍ଯ୍ୟକୁ ଓଡ଼ିଶା ସୁରକ୍ଷା ସେନା ଦୃଢ଼ ଭାବେ ବିରୋଧ କରୁଛି । ରାଜା ସିଂଙ୍କ ଉପରେ ପିଡି ଆକ୍ଟ ପ୍ରତ୍ୟାହାର କରିବା ଓ ତାଙ୍କୁ ଶୀଘ୍ର ମୁକ୍ତ କରିବା ଦାବିରେ ଗଣ ଧାରଣା ପରେ ଓଡ଼ିଶା ସୁରକ୍ଷା ସେନାର ଏକ ପ୍ରତିନିଧି ମଣ୍ଡଳୀ ଭାରତର ରାଷ୍ଟ୍ରପତିଙ୍କ ଉଦେଶ୍ୟରେ ଏକ ଦାବି ପତ୍ର ରାଜ୍ୟପାଳଙ୍କ ଜରିଆରେ ପ୍ରେରଣ କରିଥିଲେ ।

Exit mobile version