Site icon Awaj Media

ଚିନ୍ମୟ ଫାଉଣ୍ଡେସନର ୧୨୮ ତମ ସାପ୍ତାହିକ କରୋନା ସଚେତନତା : ପଶ୍ଚିମ ଓଡ଼ିଶାରେ ଘୁମୁରା ମାଧ୍ୟମରେ ସଚେତନ କଲେ କଳାକାର !!!

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ଆଜକୁ ଦୀର୍ଘ ୮୯୬ ଦିନ ଧରି ଯାଜପୁର ଜିଲ୍ଲାର ବାବଲପୁରସ୍ଥିତ ଅଗ୍ରଣୀ ସମାଜ କଲ୍ୟାଣକାରୀ ଲୋକ ସଙ୍ଗଠନ ଚିନ୍ମୟ ଫାଉଣ୍ଡେସନ୍ ପକ୍ଷରୁ ନିରବଚ୍ଛିନ୍ନ ପ୍ରକ୍ରିୟାରେ ମହାମାରୀ କରୋନା ସଚେତନତା କାର୍ଯ୍ୟକ୍ରମ ଜାରି ରହିଛି । ଫାଉଣ୍ଡେସନ୍ ପକ୍ଷରୁ ବିଭିନ୍ନ କରୋନା ସଚେତନ ଧର୍ମୀ ପଥପ୍ରାନ୍ତ ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ପଶ୍ଚିମ ଓଡିଶାର ଗଣପର୍ବ ନୂଆଖାଇ, ଗଣପତି ପୂଜନ ଆଦି କାର୍ଯ୍ୟକ୍ରମରେ ସାମାଜିକ ଦୂରତା ରକ୍ଷା, ମାକ୍ସ ଓ ସାନିଟାଇଜର ବ୍ୟବହାର ଆଦି ସମ୍ପର୍କରେ ସଚେତନ କରାଯାଉଥିବାର ଦେଖିବାକୁ ମିଳିଛି । ଫାଉଣ୍ଡେସନର ପ୍ରତିଷ୍ଠାତା ଅଧ୍ୟକ୍ଷ ଚିନ୍ମୟ ଦାଶଙ୍କ ନିର୍ଦ୍ଦେଶ କ୍ରମେ କଳାହାଣ୍ଡି ଜିଲ୍ଲାର ସଂଯୋଜକ କମଳ ଚଣ୍ଡି, ଦୁର୍ବଳ ମାଝୀ, ନିକୁଞ୍ଜ ଚଣ୍ଡି , ପଦ୍ମନାଭ ମାଝୀ, ରତ୍ନାକର ନାଗ, କଷ୍ଟି ଭଏସାଲ, ପଦ୍ମଲୋଚନ ଭଏସାଲ, ହରିଶ୍ଚନ୍ଦ୍ର ବାଣୁଆ, ପ୍ରଭାକର ଚଣ୍ଡି, ଗଜେନ୍ଦ୍ର ଭଏସାଲ, ସୁନାଧର ଭଏସାଲ, ମାଧବ ନାଗ, ମାଧବ ବାଗ, ଡମ୍ବରୁଧର ନାଗ, ଅକ୍ରୁର ମାଝୀ, ବଳଦେବ ଶବର, ଦାମୋଦର ଘି, ଲକ୍ଷ୍ମଣ ମାଝୀ, କର୍ଣ୍ଣେଶ୍ୱର ପଟେଲ, ଗିରିଧାରୀ ମାଝୀ ଆଦି ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲା ବୁଲି ବୁଲି ଗଣେଶ ପୂଜା ଠାରୁ ସପ୍ତ ଦିବସୀୟ ଏହି ସଚେତନ କାର୍ଯ୍ୟକ୍ରମ ଜାରି ରଖିଛନ୍ତି । ଏହା ସହ ଲୋକମାନଙ୍କୁ କରୋନା କିଟ୍ ବଣ୍ଟନ କରାଯାଉଥିବାର ଦେଖିବାକୁ ମିଳିଛି ।

ସେହିପରି କେନ୍ଦ୍ରାପଡା, ଭଦ୍ରକ ଓ ଯାଜପୁର ଜିଲ୍ଲାର ବିଭିନ୍ନ ବନ୍ୟା ପ୍ଲାବିତ ଅଞ୍ଚଳରେ କର୍ମକର୍ତ୍ତା ମାନେ ବୁଲି ବୁଲି ଲୋକମାନଙ୍କୁ ଖାଦ୍ୟ, ବସ୍ତ୍ର, ଶୁଦ୍ଧ ପାନୀୟ ଜଳ ସହ ମାକ୍ସ, ସାବୁନ, ସାନିଟାଇଜର, ଓ.ଆର.ଏସ, ହ୍ୟାଣ୍ଡ ଗ୍ଲୋବ୍ସ ଆଦି ବାଣ୍ଟୁଥିବାର ଦେଖିବାକୁ ମିଳିଛି । ଏହା ସହ ବନ୍ୟା ପ୍ଲାବିତ ଅଞ୍ଚଳ ମାନଙ୍କରେ ବ୍ଲିଚିଂ ମାଧ୍ୟମରେ ଶୋଧନ କାର୍ଯ୍ୟ ଜାରି ରହିଛି । ଫାଉଣ୍ଡେସନର ପ୍ରତିଷ୍ଠାତା ଅଧ୍ୟକ୍ଷ ଚିନ୍ମୟ ଦାଶଙ୍କ ନେତୃତ୍ୱରେ ଏହି ୩ ଗୋଟି ଜିଲ୍ଲାରେ କାର୍ଯ୍ୟକ୍ରମ ସଂଯୋଜକ ମାଷ୍ଟର ମିହିର କୁମାର, ଶ୍ରୀକ୍ଷେତ୍ର ସାହୁ, ସାଗର ମଲ୍ଲିକ, ବର୍ଷାରାଣୀ ମାଝୀ, ନିଳିମା ମଲ୍ଲିକ, ପୂଜାରାଣୀ ବେହୁରିଆ, ଖୁସି ପରିଡା ଆଦି ସଚେତନତା ସହ ରିଲିଫ ବଣ୍ଟନ ଓ ବିଶୋଧନ କାର୍ଯ୍ୟ କରୁଥିବାର ଦେଖିବାକୁ ମିଳିଛି । ଦେଶରୁ ସମ୍ପୂର୍ଣ୍ଣ ଭାବେ ଏହି ମହାମାରୀ ହଟିବା ପର୍ଯ୍ୟନ୍ତ ସଚେତନତା କାର୍ଯ୍ୟକ୍ରମ ସହ ଆର୍ଥିକ ଅନଗ୍ରସର ବ୍ୟକ୍ତିଙ୍କୁ କରୋନା କିଟ୍ ଓ ରିଲିଫ ବଣ୍ଟନ କାର୍ଯ୍ୟକ୍ରମ ଜାରୀ ରହିବ ବୋଲି ଫାଉଣ୍ଡେସନର ଅଧ୍ୟକ୍ଷ ଶ୍ରୀଯୁକ୍ତ ଦାଶ ମତବ୍ୟକ୍ତ କରିଛନ୍ତି ।

Exit mobile version