Site icon Awaj Media

ଜି.ଉଦୟଗିରି ଗାନ୍ଧୀ ଛକରେ ଆଲୋକ ଆସିବ କେବେ ???

Spread the love

କନ୍ଧମାଳ ( ଆୱାଜ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଜି. ଉଦୟଗିରି ଗାନ୍ଧୀ ଛକ ଆଜିକୁ ୧୨ ଦିନରୁ ଊର୍ଦ୍ଧ୍ବ ହେବ ଅନ୍ଧାରରେ ଅଛି । ଏ ସମ୍ପର୍କରେ ପରିଷଦରେ ଅଭିଯୋଗ ହୋଇଥିଲେ ମଧ୍ୟ ୧୨ ଦିନରୁ ଅଧିକ ହେବ ଅନ୍ଧାରରେ ଅଛି । ବିବରଣୀରୁ ପ୍ରକାଶ ଯେ, ଗାନ୍ଧୀ ଛକରେ ଥିବା ଗାନ୍ଧୀ ପ୍ରତିମୂର୍ତ୍ତିର ନବୀକରଣ ପାଇଁ ପୁରୁଣା ଲୁହାବାଡ଼କୁ ହଟାଇବା ଦିନଠାରୁ ଆଜି ପର୍ଯ୍ୟନ୍ତ ମୁଖ୍ୟ ଗାନ୍ଧୀ ଛକ ଅନ୍ଧାରରେ ଥିବା ବେଳେ ଗତ ସ୍ୱାୟତ୍ତ ଶାସନ ଦିବସରେ ପରିଷଦର ବିକାଶ ପାଇଁ ଜନସାଧାରଣଙ୍କୁ ଠିକ୍ ସମୟରେ ଦେୟ ପୈଠ କରି ସହଯୋଗର ହାତ ବଢ଼ାଇବାକୁ ଅଧ୍ୟକ୍ଷା ନିବେଦନ କରିଥିଲେ । କିନ୍ତୁ ଅତ୍ୟନ୍ତ ଦୁଃଖର ବିଷୟ ନିଜେ ନିଜକୁ ଶାସନ କରିବା ଅଥବା କ୍ଷମତାର ବିକେନ୍ଦ୍ରୀକରଣ କଥାର କାର୍ଯ୍ୟକାରୀତା ସ୍ପଷ୍ଟ ବାରି ହୋଇ ପଡ଼ୁଛି । ପ୍ରକାଶ ଥାଉକି, ଭଞ୍ଜ ମାର୍କେଟ କମ୍ପ୍ଲେକ୍ସଠାରେ ଥିବା ଆଞ୍ଚଳିକ ସୂଚନା ଫଳକ ଆଚରଣ ବିଧି ଉଲ୍ଲଙ୍ଘନରୁ ମୁକୁଳି ପାରିନାହିଁ । ଫଳରେ ସୂଚନା ପାଇବାରୁ ଜନସାଧାରଣ ବଞ୍ଚିତ ହେଉଛନ୍ତି । ପରିଷଦ କେବେ ଏଥିପ୍ରତି ଦୃଷ୍ଟି ଆକର୍ଷଣ କରି କେବେ ସମାଧାନ କରୁଛି ଦେଖିବାକୁ ବାକି ରହିଲା ।

Exit mobile version