Site icon Awaj Media

ଯୁବକଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ଅଳ୍ପକେ ମୃତ୍ୟୁ ମୁଖରୁ ଵର୍ତ୍ତିଲେ ଛାତ୍ର !!!

Spread the love

ନିଶ୍ଚିନ୍ତକୋଇଲି ( ଆୱାଜ ମିଡ଼ିଆ ) – ଡମ୍ବରୁଧର ବେହେରା : ଦୀର୍ଘ ୨ ବର୍ଷ ହୋଇଯିବ କୋରନା ମହାମାରୀ ହେତୁ ସମସ୍ତ ପୂଜା ପାର୍ବଣ ବନ୍ଦ ଥିଲା , ଚଳିତ ବର୍ଷ କରୋନା କଟକଣା କୋହଳ ହୋଇଥିବାରୁ ଗଣେଶ ପୂଜା ଟି ଚାରିଆଡେ ବେଶ ଯାକଯମକରେ ପାଳନ କରାଯାଉଛି ! ମାତ୍ର ଏ ଭିତରେ କିଛି ଅନୁଷ୍ଠାନ ର କର୍ମକର୍ତ୍ତା ଅଣଦେଖା କରୁଛନ୍ତି ପ୍ରଶାସନିକ ନିୟମ ଗୁଡିକୁ | ଯାହା ଦ୍ଵାରା ଅନେକ ସମୟରେ ବିପଦ ରେ ପଡିଯାଉଛି ଧନ ଜୀବନ | ଏପରି ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ର ଅସୁରେଶ୍ୱର ପଞ୍ଚାୟତ ରେ ଥିବା ମା ସାରଳା କୋଚିଂ ସେଣ୍ଟର ରେ | ଗଣେଶ ପୂଜା ପରଦିନ , ଗଣେଶ ମୂର୍ତ୍ତି ବିସର୍ଜନ କରିବା ଲାଗି ଏହି କୋଚିଂ ସେଣ୍ଟର ଛାତ୍ର ଛାତ୍ରୀ ମାନେ ପାଖରେ ଥିବା ୮ ନମ୍ବର କେନାଲ କୁ ଯାଇଥିଲେ | ସେଇ ସମୟ ରେ ପିଲାଙ୍କ ସୁରକ୍ଷାକୁ କୋଚିଂ ସେଣ୍ଟର ର କର୍ତ୍ତୁପକ୍ଷ ସମ୍ପୂର୍ଣ ଅଣଦେଖା କରି ଅଚିନ୍ତା ରେ ବସି ପଡ଼ିଥିଲେ || ହେଲେ ବିସର୍ଜନ ସମୟରେ ୩ ଜଣ ପିଲା ନିଜର ଭାରସାମ୍ୟ ହରାଇ ପାଣିରେ ଭାସି ଯାଇଥିଲେ | ନିଜର କୌଶଳ କ୍ରମେ ୨ ଜଣ ପାଣିରୁ ନିଜକୁ ଉଦ୍ଧାର କରି ଦେଇଥିଲା ବେଳେ ଆଶୁତୋଷ ପୁହାଣ ନାମକ ଜଣେ ଛାତ୍ର ପାଣିରେ ସମ୍ପୂର୍ଣ ଭାବେ ବୁଡ଼ି ଯାଇଥିବା ଦେଖି ସ୍ଥାନୀୟ ଅକ୍ଷୟ କୁମାର ସିଂହ ନାମକ ଜଣେ ଯୁବକ ନିଜର ଉପସ୍ଥିତ ବୁଦ୍ଧି ଲଗାଇ ହଠାତ ପାଣିକୁ ଡେଇଁପଡି ପିଲାଟିର ଜୀବନ ରକ୍ଷା କରିଥିଲେ | ଅପର ପକ୍ଷେ କୋଚିଂ ସେଣ୍ଟର ର ଦାୟିତ୍ୱରେ ଥିବା ଶିକ୍ଷୟତ୍ରୀ ଜଣକ ନିଜର ପ୍ରତିକ୍ରିୟା ରେ ଏଣୁତେଣୁ ବିଭ୍ରାନ୍ତି କର କଥା ଗପିବା ସହ ସବୁ ଦୋଷ ପିଲାଙ୍କ ଉପରେ ଲଦିଦେଇ ନିଜେ ପୁରା ଝାଡି ଝୁଡି ହୋଇ ପଡ଼ିଥିବାର ଦେଖିବାକୁ ମିଳିଛି | ତେବେ ଅକ୍ଷୟଙ୍କର ଉପସ୍ଥିତ ବୁଦ୍ଧି ଓ ସାହସ ଯୋଗୁଁ ପିଲାଟିର ଜୀବନ ରକ୍ଷା ପାଇ ଯାଇଥିବାରୁ ଅକ୍ଷୟ ଙ୍କୁ ସ୍ଥାନୀୟ ଅଞ୍ଚଳ ରେ ପ୍ରଶଂସା ର ସୁଅ ଛୁଟିଛି ||

Exit mobile version