Site icon Awaj Media

ବାଣପୁର ଚିଆଙ୍ଗ ସାହି ଗ୍ରାମରେ ମହାଆଡ଼ମ୍ବରରେ ଖୁଦୁରି କୁଣି ଓଷା ଅନୁଷ୍ଠିତ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଣପୁର ଚିଆଙ୍ଗ ସାହି ଗ୍ରାମରେ ଅନୁଷ୍ଠିତ ହୋଇ ଯାଇଛି ଖୁଦୁରି କୁଣି ଓଷା । ଭଉଣୀ ମାନେ ଭାଇ ମାନଙ୍କର ଶୁଭ ମନାସି ପ୍ରତେକ ବର୍ଷର ଭାଦ୍ରବ ମାସ ରେ ପାଳନ କରିଥାନ୍ତି ଖୁଦୁରିକୁଣି ଓଷା । ବାଣପୁର ଚିଆଙ୍ଗ ସାହି ଗ୍ରାମର କୁମାରୀ ଝିଅ ମାନେ ପାରମ୍ପରିକ ରିତି ନୀତିରେ ଖୁଦୁରିକୁଣି ଓଷା ପାଳିଛନ୍ତି । ଖୁଦୁରି କୁଣି ଓଷାର ଗତକାଲି ଶେଷ ରବିବାର ହେଇଥିବା ବେଳେ ଚିଆଙ୍ଗ ସାହି ଗ୍ରାମର କୁମାରୀ ଝିଅ ମାନେ କୋଭିଡ କଟକଣାର ଦୁଇବର୍ଷ ପରେ ଚଳିତ ବର୍ଷ କୋଭିଡ କଟକଣା ନଥିବାରୁ ମଙ୍ଗଳା ମା ‘ଙ୍କ ପାଖରେ ମହାଆଡ଼ମ୍ବରରେ ଖୁଦୁରୁକୁଣି ପୂଜା କରୁଥିବାର ଦେଖିବାକୁ ମିଳିଥିଲା ।

Exit mobile version