Site icon Awaj Media

ବାଣପୁର ବଜାର ସାହିର ନିଆରା ପ୍ରତିଭା ସ୍ୱାତୀ ପାତ୍ର : ଚିତ୍ର କଳାରେ ସିଦ୍ଧହସ୍ତ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଣପୁର ବଜାର ସାହିର ନିଆରା ପ୍ରତିଭା ସ୍ୱାତି ! ବାଲାଜୀ ପାତ୍ର ଓ ସସ୍ମିତା ପାତ୍ରଙ୍କ ସାନ ଝିଅ ସ୍ୱାତି ପାତ୍ର । ନିଆରା କଳା ପ୍ରଦର୍ଶନ ପାଇଁ ସେ ଏବେ ବେଶ ଜଣାଶୁଣା । ସ୍ୱାତି ପିଲାଟି ଦିନରୁ ସ୍କୁଲ, କଲେଜରେ ପଢ଼ିବା ସମୟରେ ଚିତ୍ର କାଳରେ ସେ ବେଶ ଆଗ୍ରହୀ ଥିଲେ । ପାଠପଢା ସାରି ଲକ ଡାଉନ ସମୟରେ ସେ ପୁନର୍ବାର ଚିତ୍ରକଳା ଆରମ୍ଭ କରିଥିଲେ । ଫ୍ୟାସନ ଡିଜାଇନ୍ ଚିତ୍ରକଳା ଠୁ ଆରମ୍ଭ କରି ଧିରେ ଧିରେ ଅଦରକାରୀ କାଚ ବୋଟଲ ସଂଗହ କରି ନିଖୁଣ ଭାବରେ କାଚ ବୋଟଲ ଉପରେ ଚିତ୍ରାଙ୍କନ କରି ପ୍ରଥମେ ନିଜର ଘରର ସାଜସଜ୍ଜା ପାଇଁ ବ୍ୟବହାର କରିଥିଲେ । ଫ୍ୟାସନ ଡିଜାଇନ୍, ଦେବା ଦେବୀଙ୍କ ଚିତ୍ର ଓ ଯେ କୌଣସି ଯୁବକ ଯୁବତୀଙ୍କ ଫଟୋ ଦେଖିଲେ ଅବିକଳ ସେହିପରି ଚିତ୍ର ଆଙ୍କି ଦେଉଛନ୍ତି । ବିନା ପ୍ରଶିକ୍ଷଣରେ ଏପରି ଚିତ୍ର ଆଙ୍କିବା ସମସ୍ତଙ୍କ ପାଖରେ ଅସମ୍ଭବ ହୋଇଥିବା ବେଳେ ତାଙ୍କ ହାତରେ ସମ୍ଭବ ହୋଇଛି । ସ୍ୱାତୀ ଙ୍କ ପାଖରେ ରହିଥିବା ଏହି ନିଆରା କଳାକୁ ଆଗାମୀ ଦିନରେ ଘରେ ରହୁଥିବା ବେକାରୀ ଯୁବକ, ଯୁବତୀ ମାନଙ୍କୁ କିପରି ନିଜ ଘରେ ରହି ଅଦରକାରୀ ବୋତଲ ରେ ଏପରି କଳା ପ୍ରଦର୍ଶନ କରି ସମସ୍ତେ ରୋଜଗାରକ୍ଷମ ହେବେ ବୋଲି ସ୍ୱାତୀ ନିଜର ଚେଷ୍ଟା ଆରମ୍ଭ କରିଛନ୍ତି ।

Exit mobile version