Site icon Awaj Media

ସୁକିନ୍ଦା ଗଡରେ ମହା ଆଡ଼ମ୍ବରରେ ଖୁଦୁରୁକୁଣି ପୂଜା ଅନୁଷ୍ଠିତ !!!

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ସୁକିନ୍ଦା ଗଡରେ ମହା ଆଡ଼ମ୍ବରରେ ଖୁଦୁରୁକୁଣି ପୂଜା ଅନୁଷ୍ଠିତ, ବିଭିନ୍ନ ପୁଜା ମଣ୍ଡପରେ ମା’ ଙ୍କ ଦର୍ଶନ କଲେ ସ୍ଥାନୀୟ ଜନପ୍ରତିନିଧି ! ଭଉଣୀ ମାନେ ଭାଇ ମାନଙ୍କର ଶୁଭ ମନାସି ଖୁଦୁରୁକୁଣି ପୂଜା ପାଳନ କରୁଥିବା ବେଳେ ଆଜି ସୁକିନ୍ଦାଗଡ଼ ଅଞ୍ଚଳରେ କୁମାରୀ ଝିଅ ମାନେ ଭାଇ ମାନଙ୍କ ମଙ୍ଗଳା କାମନା ନିମନ୍ତେ ମଙ୍ଗଳା ମା ‘ଙ୍କ ପାଖରେ ମହାଆଡ଼ମ୍ବରରେ ଖୁଦୁରୁକୁଣି ପୂଜା କରୁଥିବା ଦେଖିବାକୁ ମିଳିଛି । ସ୍ଥାନୀୟ ଜନ ପ୍ରତିନିଧି ଜିଲ୍ଲା ପରିଷଦ ପ୍ରତାପ କେଶରୀ ପଟ୍ଟନାୟକ, ସରପଞ୍ଚ ସ୍ଵାଧୀନ ଦାସ ତାଙ୍କର ସମର୍ଥକଙ୍କ ସହିତ ସମସ୍ତ ପୂଜା ମଣ୍ଡପ ବୁଲି ମା ‘ଙ୍କ ଦର୍ଶନ କରି ଆଶୀର୍ବାଦ କାମନା କରିଥିଲେ !

Exit mobile version