Site icon Awaj Media

ଟାଙ୍ଗୀ ଦୀକ୍ଷିତପଡା ଗ୍ରାମରେ କୂଅରେ ପଡି ଯୁବତୀ ମୃତ !!!

Spread the love

ଟାଙ୍ଗୀ ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲା ଟାଙ୍ଗୀ ଥାନା ଦୀକ୍ଷିତପଡା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି । କୂଅରେ ପଡି ଯୁବତୀଙ୍କ ମୃତ୍ୟୁ ଘଟିଥିବାର ଜଣାଯାଇଛି । ମୃତ ଯୁବତୀଙ୍କ ନାମ ଆସମା ବେଗମ୍ ( ୨୩ ) ବୋଲି ଜଣାପଡିଛି । ସୂଚନା ଅନୁଯାୟୀ, ଆଜି ସକାଳେ ଯୁବତୀ ଜଣକ ନିଜ ବାଡି ପଟ କୂଅରେ ପାଣି କାଢୁଥିବା ବେଳେ ଅକସ୍ମାତ କୂଅ ମଧ୍ୟକୁ ଖସି ପଡିଥିଲେ । ଦୀର୍ଘ ସମୟ ଖୋଜା ଖୋଜି କରିବା ପରେ ପରିବାର ଲୋକେ ଝିଅକୁ ପାଇ ନଥିଲେ । ତେବେ କିଛି ସମୟ ପରେ ଯୁବତୀଙ୍କୁ କୂଅ ଭିତରେ ପଡି ଯାଇଥିବାର ପରିବାର ଲୋକ ଦେଖିଥିଲେ । ତେଣୁ ପରିବାର ଲୋକେ ତୁରନ୍ତ ଟାଙ୍ଗୀ ଅଗ୍ନିଶମ ବାହୀନିକୁ ଖବର ଦେଇଥିଲେ । ଅଗ୍ନିଶମ ବାହୀନିର ଜବାନ ମାନେ ଘଟଣା ସ୍ଥଳରେ ପହଞ୍ଚି ଯୁବତୀଙ୍କୁ ଉଦ୍ଧାର କରି ଟାଙ୍ଗୀ ମେଡିକାଲରେ ଭର୍ତ୍ତି କରିଥିଲେ । ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ଟାଙ୍ଗୀ ଥାନା ପୋଲିସ୍ ଶବ ଜବତ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଦେଇଛି ।

Exit mobile version