Site icon Awaj Media

ଭାରତୀୟ କିସାନ ସଙ୍ଘର ଜିଲ୍ଲା ସ୍ତରୀୟ ବୈଠକ !!!

Spread the love

କଟକ ( ଆୱାଜ ମିଡ଼ିଆ ) – ଶ୍ରୀକାନ୍ତ ବେଉରା : କଟକ ଜିଲ୍ଲା ଅନ୍ତର୍ଗତ ଆଠଗଡ଼ ଧବଳେଶ୍ଵର ପୀଠରେ ଭାରତୀୟ କିସାନ ସଙ୍ଘର ଜିଲ୍ଲା ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ଅତିଥି ଭାବେ ଭାରତୀୟ କିସାନ ସଙ୍ଘର କ୍ଷେତ୍ରୀୟ ମହାମନ୍ତ୍ରୀ ଶ୍ରୀନିବାସ ଜୀ ଏବଂ ଓଡ଼ିଶା ଅଧ୍ୟକ୍ଷ ଅଶୀମ କୁମାର ଦାସ, କଟକ ଜିଲ୍ଲାର ସଭାପତି ରବୀନ୍ଦ୍ର ସାହୁ, ସାଧାରଣ ସମ୍ପାଦକ ଦେବୀପ୍ରସାଦ ପତି, କୋଷାଧ୍ୟକ୍ଷ ରଞ୍ଜନ ସେନାପତି, ଅନିଲ ମହାପାତ୍ର, ହେମନ୍ତ ପ୍ରଧାନ, ଯୁବ ବୈଜ୍ଞାନିକ ଲଲାଟ ଚୌଧୁରୀ, ଅନୟ ମହାପାତ୍ର, ରବୀନ୍ଦ୍ର ପାତ୍ର, ଗାନ୍ଧୀ ଗୁରୁ ଦାଶ, ମାନସ ରଞ୍ଜନ ସେନାପତି, ଅଜିତ ଦାଶ, ଦୁର୍ଗା ପ୍ରସାଦ ଦାଶ, ମୁନା ପ୍ରଧାନ , ନାରାୟଣ ବେହେରା, ସନ୍ତୋଷ କୁମାର ଭୋଇ ପ୍ରମୁଖ ଉପସ୍ଥିତ ଥିଲେ । କିସାନ ସଂଘର ମୂଳ ଉଦ୍ଦେଶ୍ୟ ହେଲା ଗ୍ରାମାଞ୍ଚଳରେ ଥିବା କୃଷକର ସମସ୍ୟାକୁ ବୁଝି ଏହାର ସମାଧାନ କରିବା ନେଇ ମହାମନ୍ତ୍ରୀ ଶ୍ରୀନିବାସ ଜୀ କାର୍ଯ୍ୟକର୍ତ୍ତାଙ୍କୁ ପରାମର୍ଶ ଦେଇଥିଲେ ।

Exit mobile version