Site icon Awaj Media

ଜଲାନ୍ କାର୍ବନ୍ ଆଣ୍ଡ କେମିକାଲ ପକ୍ଷରୁ ସ୍କୁଲ ବ୍ୟାଗ ବଣ୍ଟନ !!!

Spread the love

କଣିହାଁ ( ଆୱାଜ ମିଡ଼ିଆ ) – ଅଶ୍ବିନୀ କୁମାର ଦେବତା : ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ୍ ଅନ୍ତର୍ଗତ ଏକଘରିଆ ସ୍ଥିତ ଜଲାନ୍ କାର୍ବନ୍ ଆଣ୍ଡ କେମିକାଲ କମ୍ପାନୀ ପକ୍ଷରୁ ବିକିସର ସରକାରୀ ପ୍ରାଥମିକ ବିଦ୍ୟାଳୟରେ ସ୍କୁଲ ବ୍ୟାଗ ବଣ୍ଟନ କରାଯାଇଛି । ସ୍କୁଲର ପ୍ରଥମ ଶ୍ରେଣୀ ଠାରୁ ଆରମ୍ଭ କରି ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଥିବା ଛାତ୍ରଛାତ୍ରୀ ମାନଙ୍କୁ ବ୍ୟାଗ ବଣ୍ଟନ କରାଯାଇଛି । ଏହି କାର୍ଯ୍ୟକ୍ରମରେ କମ୍ପାନୀର ହେଡ଼ କର୍ପୋରେଟ୍ ରିଲେସନ୍ ଆଣ୍ଡ ଆଡମିନିଷ୍ଟ୍ରେସନ୍ ସୁପ୍ରିତମ୍ ମୁଖାର୍ଜୀ , କାରଖାନା ଇନଚାର୍ଜ ଆଶିଷ୍ କୁମାର ସିଂହ , ପ୍ରଡକ୍ସନ୍ ହେଡ଼ ଦିଲ୍ଲୀପ ବେହେରା ଏବଂ ସିନିଅର ଅଫିସର ଆକାଉଣ୍ଟ ଆଣ୍ଡ ଆଡମିନ୍ ସାଗର କୁମାର ସାହୁ ପ୍ରମୁଖ ଉପସ୍ଥିତ ରହି ଛାତ୍ର ଛାତ୍ରୀ ମାନଙ୍କୁ ସ୍କୁଲ ବ୍ୟାଗ ବଣ୍ଟନ କରିଥିଲେ । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅରୁଣ ସାହୁ ଏବଂ ପ୍ରଦୀପ ମିଶ୍ର ବ୍ୟାଗ ବଣ୍ଟନରେ ସହଯୋଗ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଅଶ୍ୱିନୀ କୁମାର ଦେବତା , ପୂର୍ବତନ ୱାର୍ଡ଼ ସଭ୍ୟା ତୃପ୍ତିମୟୀ ନନ୍ଦ , ଗୋଲାପ ବେହେରା , କ୍ରୀଷ୍ଣା କୁମାର ବେହେରା , ବିଜୟ ନାଏକ ପ୍ରମୁଖ ଉପସ୍ଥିତ ଥିଲେ । ପରିଶେଷରେ ଶ୍ରୀ ମୁଖାର୍ଜୀ ଉପସ୍ଥିତ ଛାତ୍ରଛାତ୍ରୀ , ଅଭିଭାବକ , ଶିକ୍ଷକ ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

 

 

Exit mobile version