ପ୍ରେମ ପାଇଁ ହତ୍ୟା ଘଟଣା : ଝିଅର ବାପା ସମେତ ୭ ଜଣଙ୍କୁ କୋର୍ଟ ଚାଲାଣ !!!

Spread the love

କନ୍ଧମାଳ ( ଆୱାଜ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : ପ୍ରେମ କରିବା ମହଙ୍ଗା ପଡିଲା , ସମ୍ମାନ ପାଇଁ ହତ୍ୟା କଲେ ପ୍ରେମିକକୁ । ଏଭଳି ଚାଞ୍ଚଲ୍ୟକର ଘଟଣା ସାମନାକୁ ଆସିଛି । ଏହି ମାମଲାରେ ବାଲିଗୁଡା ପୋଲିସ ତେର ଜଣକୁ ଅଟକରଖି ପଚରା ଉଚରା କରୁଥିଲା । ସେଥି ମଧ୍ୟରୁ ଆଜି ୭ ଜଣକୁ କୋର୍ଟ ଚାଲାଣ କରାଯାଇଛି l ଏବଂ ଅନ୍ୟ ୬ ଜଣକୁ ପଚରା ଉଚରା ପାଇଁ ରଖା ଯାଇଥିବା ଥାନା ଅଧିକାରୀ କହିଛନ୍ତି । କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ଅନ୍ତର୍ଗତ ଲଣ୍ଡାଗାଁ ପଞ୍ଚାୟତ ଫଟକିମାଲ ଗ୍ରାମ ତଲିପଡା ବସ୍ତିର ଜଣେ ଯୁବତୀ ଙ୍କୁ ବୌଦ୍ଧ ଜିଲା ଘଣ୍ଟାପଡ଼ା ଗ୍ରାମର ଶୁକଦେବ ରଣା ନାମକ ଜଣେ ଯୁବକ ଭଲ ପାଉଥିଲେ । ଯୁବତୀ ଜଣକ କଲେଜ ପଢୁଥିବା ସମୟରେ ଉଭୟ ଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା , କିନ୍ତୁ ଶେଷରେ ପ୍ରେମ ପାଇଁ ଜୀବନ ଚାଲିଗଲା ଯୁବକ ଶୁକଦେବଙ୍କର । ଅଗଷ୍ଟ ୨୬ ତାରିଖ ଦିନ ଶୁକଦେବ କୁଆଡେ ଯୁବତୀ ଙ୍କୁ ଭେଟିବା ପାଇଁ ତଳିପଡ଼ା ଆସିଥିଲେ ।ଏତିକିବେଳ ଝିଅର ବାପା ଶୁକଦେବ ଙ୍କୁ ଝିଅ ସହ କଥା ହେବା ଜାଣି ପାରିଥିଲେ । ସାହି ପଡିଶା କୁ ଖବର ଦେଇ ଶୁକଦେବ ଙ୍କୁ ଟାଣି ଆଣି ପିଟାପିଟି କରିଥିଲେ । ଘଟଣା ସ୍ଥଳରେ ଶୁକଦେବ ଙ୍କ ଜୀବନ ଚାଲି ଯାଇଥିଲା । ଏକ ଜରି ବସ୍ତାରେ ବାନ୍ଧି ଶୁକଦେବ ଙ୍କୁ ଜଙ୍ଗଲରେ ଫିଙ୍ଗି ଦେଇଥିଲେ । ଶୁକଦେବ ପରିବାର ଥାନାରେ ଏକ ନିଖୋଜ ମାମାଲା ଦେଇଥିଲେ । ପୋଲିସ ତଦନ୍ତ ବେଳେ ଶୁକଦେବ ଙ୍କୁ ହତ୍ୟା ସୁରାକ ପାଇଥିଲା । ଏହା ପରେ ଜଙ୍ଗଲରୁ ଶୁକଦେବ ଙ୍କ ଗଳିତ ଶବ କୁ ଉଦ୍ଧାର କରି ପୋଲିସ ଅଧିକ ତଦନ୍ତ ଜାରି ରଖିଥିଲା l ବୁଧବାର ଦିନ ଉକ୍ତ ହତ୍ୟାରେ ସମ୍ପୃକ୍ତ ଝିଅର ବାପା ଦୁଃଶାସନ ମଲିକ ସମେତ ଗିରିଶ ଚନ୍ଦ୍ର ମଲ୍ଲିକ, ନୀଳବନ୍ତ ମଲ୍ଲିକ, ଉତ୍ତମ ମଲ୍ଲିକ, ଯୋଗେନ୍ଦ୍ର ମଲ୍ଲିକ, କବିରାଜ ଠେଲା ଓ ସୁଦିପ ସେଠି ସମସ୍ତଙ୍କ ଘର ପଟୁକିପାଲି ତଳପଡା ଗ୍ରାମର ବୋଲି ପୁଲିସ ପ୍ରକାଶ କରିଛି l

Leave a Reply

Your email address will not be published. Required fields are marked *